ବ୍ୟବହାର ନକଲେ ଭାଷା କ୍ରମଶଃ ଲୋପ ପାଇଯିବ

Advertisment

ଓଡ଼ିଆ ମିଡିଆ ପକ୍ଷରୁ ପ୍ରଥମ ଭାଷା ଉତ୍ସବ

ଓଡ଼ିଆ ମିଡିଆ ପକ୍ଷରୁ ପ୍ରଥମ ଭାଷା ଉତ୍ସବ

ବ୍ୟବହାର ନକଲେ ଭାଷା କ୍ରମଶଃ ଲୋପ ପାଇଯିବ

ଚନ୍ଦ୍ରଶେଖରପୁର: ଓଡ଼ିଆ ଭାଷା ମଧ୍ୟକୁ ଅନେକ ଇଂରାଜୀ ଶବ୍ଦ ପଶିଆସିଛି। ମାତ୍ର ବ୍ୟବହାର ନକଲେ ଭାଷା କ୍ରମଶଃ ଲୋପ ପାଇଯିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ଜାନକୀବଲ୍ଲଭ ପଟ୍ଟନାୟକ ସରକାରୀ ସ୍ତରରେ ଓଡ଼ିଆ ଭାଷାର ପ୍ରଚଳନ ନେଇ ଚେଷ୍ଟା କରିଥିଲେ, ଠିକ୍‌ ସେହିପରି ପ୍ରଶାସନିକସ୍ତରରେ ମଧ୍ୟ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି। ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ପ୍ରଥମ ଭାଷା ଉତ୍ସବର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ଏପରି ମତବ୍ୟକ୍ତ କରିଛନ୍ତି ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ମହାରଥୀଗଣ। ଆଜି ଅନୁଷ୍ଠିତ ଏହି ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଏହାସହିତ କିଛି ବ୍ୟକ୍ତି ଭାଷା ନାଁରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବା ପ୍ରକାଶ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ରମାକାନ୍ତ ରଥ, ଔପନାସିକ ବିଭୂତି ପଟ୍ଟନାୟକ, କବି ରାଜେନ୍ଦ୍ର କିଶୋର ପଣ୍ଡା, କବି ହରପ୍ରସାଦ ଦାସ, ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। କବି ଶଙ୍କର୍ଷଣ ପରିଡ଼ା ସଭାଟିକୁ ପରିଚାଳନା କରିଥିବାବେଳେ ଉତ୍ସବର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବରିଷ୍ଠ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ଭାଷା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ କବି ଭାରତ ମାଝୀଙ୍କୁ ଭାଷା ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ଉଭୟଙ୍କୁ ଯଥାକ୍ରମେ ୨୫ହଜାର ଓ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଦିବସବ୍ୟାପୀ ପ୍ରଥମ ଭାଷା ଉତ୍ସବରେ ୬ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନ ଗୁଡ଼ିକରେ ଓଡ଼ିଆ ଭାଷା ସାହିତ୍ୟ ତଥା ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୬୦ଜଣ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe