ମୁକ୍ତିଲାଭ୍‌ କଲା ଓଡ଼ିଆ ମ୍ୟୁଜିକ୍‌ ଆଲବମ୍‌ ‘ଟି-ଆମୋ’

Advertisment
ମୁକ୍ତିଲାଭ୍‌ କଲା  ଓଡ଼ିଆ ମ୍ୟୁଜିକ୍‌ ଆଲବମ୍‌  ‘ଟି-ଆମୋ’

ଭୁବନେଶ୍ବର: ଗଣେଶ ଚତୁର୍ଥୀ ଅବସରରେ ଶ୍ରୁତି ପ୍ରତିଶ୍ରୁତି ପ୍ରଡକ୍ସନ୍‌ ବ୍ୟାନର୍‌ରେ ଓଡ଼ିଆ ରୋମାଣ୍ଟିକ୍ ଗୀତ ‘ଟି ଆମୋ’ର ଅଫିସିଆଲ୍ ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ ହୋଇଛି। ପ୍ରଫେସର୍‌ ଚିନ୍ମୟୀ ମହାନ୍ତିଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓମ୍‌ପ୍ରକାଶ ମହାନ୍ତି। ଓଡ଼ିଶାର କିଂବଦନ୍ତି ଗାୟକ ପ୍ରଣବ ପଟ୍ଟନାୟକ ଓ ଅବନ୍ତିକା ପଟ୍ଟନାୟକ ଏଥିରେ କଣ୍ଠଦାନ କରିଛନ୍ତି। ନବାଗତା ଅଭିନେତ୍ରୀ ମୈତ୍ରୀ ତ୍ରିପାଠୀ ଏବଂ ତୃପ୍ତିରଂଜନ ଦାସ ଏଥିରେ ଅଭିନୟ କରି ଓଡ଼ିଆ ଆଲବମ୍‌ ଜଗତରେ ପାଦ ଥାପିଛନ୍ତି।

ଚିତ୍ର ଉତ୍ତୋଳନ ଓ ଆଲବମ୍‌ ନିର୍ଦ୍ଦେଶନାଭାର ଶ୍ରୀ ମହାନ୍ତି ସମ୍ଭାଳିଥିବା ବେଳେ ଭିଡିଓ ଏଡିଟିଂ ସମ୍ପାଦନା କରିଛନ୍ତି ଶୁଭାଶିଷ ପଟ୍ଟନାୟକ। ଓଡ଼ିଆ ସଙ୍ଗୀତ ଜଗତରେ ‘ଟି-ଆମୋ’ ଶବ୍ଦ ପ୍ରଥମଥର ବ୍ୟବହାର ହୋଇଛି। ଏହାର ଅର୍ଥ ମୁଁ ତୁମକୁ ଭଲ ପାଏ। ବ୍ୟସ୍ତବହୁଳ ଜୀବନରେ ମରୀଚିକା ପଛରେ ଧାଇଁ ଧାଇଁ ଭଲ ପାଇବାକୁ ଭୁଲିଯିବାକୁ ପଡ଼ୁଛି। ଏପରି ସମୟରେ ଏହି ଗୀତ ପରସ୍ପର ଭିତରେ ସ୍ନେହ ଭଲ ପାଇବା ପୁଣିଥରେ ଫେରାଇ ଆଣିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe