ଇଣ୍ଡିଆନ୍‌ ଆଇଡଲ୍‌ରେ ଓଡ଼ିଆ ପୁଅଙ୍କ ଚମକ

ଇଣ୍ଡିଆନ୍‌ ଆଇଡଲ୍‌ରେ ଓଡ଼ିଆ ପୁଅଙ୍କ ଚମକ

ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ୍‌ରେ ଶ୍ରେଷ୍ଠ ୧୪ ଜଣଙ୍କ ମଧ୍ୟରେ ସ୍ଥାନ ସୁରକ୍ଷିତ କରିଥିବା ବିଶ୍ୱଜିତ ମହାପାତ୍ର ଦେଶବାସୀଙ୍କ ମନ ଜିଣି ନେଇଛନ୍ତି। ‘ଆପ୍‌କା ଅପ୍‌ନା ଗିଟାର ବାଲା’ ଭାବେ ପରିଚିତ ବିଶ୍ୱଜିତ ଥିଏଟର ରାଉଣ୍ଡ୍‌ରେ ‘ଦମ୍‌ ମାରେ ଦମ୍‌’ ଚଳଚ୍ଚିତ୍ରର ‘ଟି ଆମୋ..ଗୀତ ଗାଇ ବିଚାରକ ଅନୁ ମଲ୍ଲିକଙ୍କ ମନ ଜିଣି ନେଇଥିଲେ। ଗୁରୁ ଚିତ୍ତରଂଜନ ପାଣିଙ୍କ ପାଖରୁ ସଂଗୀତ ଶିକ୍ଷା କରିଥିବା ବିଶ୍ୱଜିତ୍‌ କୋଲକାତାରୁ େଓ୍ଵଷ୍ଟର୍ଣ୍ଣ ମ୍ୟୁଜିକ୍‌ ଶିଖିବା ପରେ ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ ସୁଯୋଗ ପାଇବାର ସୌଭାଗ୍ୟ ପାଇଛନ୍ତି ବୋଲି ସ୍ୱୀକାର କହିଛନ୍ତି। ଭବାନୀପାଟଣାରୁ ଭୁବନେଶ୍ୱର ଆସିବା ପରେ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ତାଙ୍କୁ ‘ଜଗା ହାତରେ ପଘା’ ଫିଲ୍ମରେ ଗାଇବାର ସୁଯୋଗ ଦେଇ ଷ୍ଟୁଡିଓ ଅଭିଜ୍ଞତା ଦେଇଥିଲେ। ତା’ପରେ ସେ ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚ ପାଇଁ ପ୍ରସ୍ତୁତି କରିଥିଲେ। କିନ୍ତୁ ଭାଗ୍ୟ ସମର୍ଥନ କରିନଥିଲା। ତେବେ ଚଳିତ ସିଜିନ୍‌ରେ ସେ ସୁଯୋଗ ପାଇବା ସହ ଏହାର ସଦୁପଯୋଗ କରିଛନ୍ତି। ବିଶାଲ ଦଦ୍‌ଲାନିଙ୍କ ଷ୍ଟୁଡିଓ ବୁଲିବା ସହ ତାଙ୍କର ପ୍ରେରଣାଦାୟୀ ମନ୍ତବ୍ୟ ଆଗକୁ ବଢ଼ିବାରେ ସହଯୋଗ କରୁଛି ବୋଲି କହିଛନ୍ତି ବିଶ୍ୱଜିତ୍‌। ଶନିବାର ଓ ରବିବାର ରାତି ୮ଟାରେ ସୋନିରେ ପ୍ରସାରଣ ହେଉଥିବା ଇଣ୍ଡିଆନ୍‌ ଆଇଡଲ୍‌ରେ ଚମକ ଦେଖାଉଥିବା ଓଡ଼ିଆ ପୁଅ ବିଶ୍ୱଜିତଙ୍କ ସଂଗୀତ ଉପଭୋଗ କରିବା ସହ ତାଙ୍କୁ ଭୋଟ୍‌ ଦେଇ ଜିତାଇବା ପାଇଁ ସଂଗୀତପ୍ରେମୀଙ୍କୁ ନିବେଦନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe