ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଆ ଛାତ୍ରଛାତ୍ରୀ

ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ଲଣ୍ଡନ୍‌ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଚାଲିଥିବା ରାଉଣ୍ଡ ସ୍କୋୟାର ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଆ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଗ୍ଲୋବାଲ୍ ଇମରଜନ୍ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ୍‌ ସ୍କୁଲର ୪୪ଜଣ ଛାତ୍ରଛାତ୍ରୀ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଇଂଲଣ୍ଡ, ଜାପାନ, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ପରି ୫୬ଟି ଦେଶର ୧୭୨ଟି ସ୍କୁଲର ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ସେଣ୍ଟ ଆନେ କଲେଜ ପରିସରରେ ୩ଦିନ ରହିବା ପରେ ଲଣ୍ଡନର ଲାଟମର୍ ଅପର୍ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଅବସ୍ଥାନ କରିବେ।

ଛାତ୍ରଛାତ୍ରୀ କେମ୍ବ୍ରିଜ୍‌ର କିଙ୍ଗ କଲେଜ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଅନ୍ତର୍ଜାତୀୟତା, ନେତ୍ୱତ୍ୱ ନେବାର ଦକ୍ଷତା, ସାମାଜିକ କୌଶଳ ଆଦି ଶିକ୍ଷାଗ୍ରହଣ କରିବେ। ଆଲୋଚନାଚକ୍ରରେ ସେମାନେ ବିଶ୍ବର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯଥା ଦୁଃସାହସିକ ବ୍ୟକ୍ତି ବେନ୍ ଫୋଗଲେ, ପରିବେଶବିତ୍(ସମୁଦ୍ର) ଓ କଳାକାର ଇମଲି ପେନ୍ ଓ ଅକ୍ସଫୋର୍ଡ ୟୁନିଭର୍ସିଟିର ଅର୍ଥନୀତି ବିଭାଗ ପ୍ରଫେସର ସାର୍ ଡାଏଟର୍ ହେଲ୍‌ମଙ୍କ ସହ ମିଶିବାର ସୁଯୋଗ ମଧ୍ୟ ପାଇବେ। ଏହି ବ୍ୟକ୍ତିତ୍ୱମାନେ ବରାଜା ବ୍ରେକଆଉଟ୍ ସେସନ ମାଧ୍ୟମରେ ସାରା ବିଶ୍ୱର ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ନେବାର ସ୍ୱତନ୍ତ୍ର କୌଶଳ ଶିଖାଇବେ। ସାଇ ଇଣ୍ଟରନ୍ୟାସନାଲ୍‌ ଚେୟାରପର୍ସନ ଶିଳ୍ପୀ ସାହୁ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନେ ଅନେକ କିଛି ଶିଖିବାର ସୁଯୋଗ ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe