ଓଡ଼ିଶା ସିନେ ଓ୍ଵାର୍କର୍ସ ସଂଘର ଆଲୋଚନାଚକ୍ର

Advertisment
ଓଡ଼ିଶା ସିନେ ଓ୍ଵାର୍କର୍ସ ସଂଘର ଆଲୋଚନାଚକ୍ର

ଭୁବନେଶ୍ୱର: ଓଡ଼ିଶା ସିନେ ଓ୍ଵାର୍କର୍ସ ଆସୋସିଏସନ୍‌ର ଆଲୋଚନାଚକ୍ର ଏକାମ୍ର ହାଟରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଓଡ଼ିଆ ସିନେମା ସହ ଜଡ଼ିତ ସମସ୍ୟା ଆଲୋଚନା ହୋଇଥିଲା। ଏହି ଅବସରରେ ଆସନ୍ତା ଫେବ୍ରୁଆରି ୭ରେ ଜୟଦେବ ଭବନରେ ତୃତୀୟ ବାର୍ଷିକ ଉତ୍ସବ ହେବା ନେଇ ସ୍ଥିର ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ଚିତ୍ତରଂଜନ ମହାନ୍ତି, ଚିନ୍ତାମଣି ବିଶ୍ୱାଳ, ବିଜୟ କୁମାର ଗୌଡ଼, ନନ୍ଦିନୀ ଶତପଥୀ, ଦେବଶ୍ରୀ ରାଜଗୁରୁ, ପ୍ରଶାନ୍ତ କୁମାର ଗୁରୁ, ନିତ୍ୟାନନ୍ଦ ପାତ୍ର, ଆଶିଷ କୁମାର ଦାସ, ଖଗେଶ୍ୱର ଜୟପୁରିଆ, ଦିଲ୍ଲୀପ କୁମାର ଭଟ୍ଟ ଉପସ୍ଥିତ ତିଲେ। ଏହି ଅବସରରେ ଏକ ସ୍ମରଣିକା ପାଇଁ କବିତା, ଗଳ୍ପ ଓ ଚଳଚ୍ଚିତ୍ର ସମ୍ପର୍କିତ ଲେଖା ପଠାଇବାକୁ ୯୯୩୭୪୬୮୨୨୮ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe