Education: ବିଦ୍ୟାର୍ଥୀ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ସରକାର ରାଜ୍ୟରେ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ନୂତନ ଶିକ୍ଷାନୀତି-୨୦୨୦ ସହିତ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଓ ‘ଶିଶୁ ବାଟିକା’ ଭଳି ଅନେକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଉଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ସରକାର ରାଜ୍ୟରେ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ନୂତନ ଶିକ୍ଷାନୀତି-୨୦୨୦ ସହିତ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଓ ‘ଶିଶୁ ବାଟିକା’ ଭଳି ଅନେକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଉଛନ୍ତି।

Mohan Charan Majhi1

CM Mohan Charan Majhi delivers speech at Berhampur. Photograph: (sambad.in)

ଭୁବନେଶ୍ବର: ଆମ ସରକାର ରାଜ୍ୟରେ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ନୂତନ ଶିକ୍ଷାନୀତି-୨୦୨୦ ସହିତ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଓ ‘ଶିଶୁ ବାଟିକା’ ଭଳି ଅନେକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଉଛନ୍ତି। ଏହି ଅବସରରେ ମୁଁ ଅଭିଭାବକମାନଙ୍କୁ ଅନୁରୋଧ କରିଛି ଯେ, ପିଲାମାନଙ୍କୁ କେବଳ ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ପ୍ରତିଯୋଗିତାରେ ନ ପକାଇ, ସେମାନଙ୍କୁ ସେମାନଙ୍କ ପସନ୍ଦ ଓ ପ୍ରତିଭା ଅନୁସାରେ ଉଡ଼ିବାକୁ ସୁଯୋଗ ଦିଅନ୍ତୁ। ଆଜିର ବିଦ୍ୟାର୍ଥୀ ସମାଜ ମୋବାଇଲ ଓ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ସହ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ। ଶିକ୍ଷା, ସଂସ୍କାର ଓ ସମର୍ପଣ ମାଧ୍ୟମରେ ହିଁ ଆମେ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ବ୍ରହ୍ମପୁରସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୨ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ପ୍ରାରମ୍ଭିକ ଜୀବନରେ ଜଣେ ଆଚାର୍ଯ୍ୟ ଭାବେ କିଛି ଦିନ ସରସ୍ୱତୀ ଶିଶୁ ମନ୍ଦିରରେ କାର୍ଯ୍ୟ କରିଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ମୋ ପାଇଁ ଏକ 'ଘର ବାହୁଡ଼ା' ଅନୁଭୂତି ପରି ଲାଗୁଛି। 

ଆହୁରି ପଢ଼ନ୍ତୁ: Mohan Charan Majhi Ghatagaon ଘଟଗାଁ 'ମା' ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ'ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ଶିଶୁ ମନ୍ଦିର

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାକ୍ତନ ପ୍ରାନ୍ତ ସଂଘଚାଳକ ମାନନୀୟ ଶିବରାମ ମହାପାତ୍ରଙ୍କ ଅକ୍ଲାନ୍ତ ଉଦ୍ୟମରେ ଗଢ଼ି ଉଠିଥିବା ଏହି ଶିଶୁ ମନ୍ଦିରଟି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳଭିତ୍ତି ରୂପରେ ଗ୍ରହଣ କରି ତାର ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଦ୍ୟାଳୟଟି ଦୀର୍ଘ ୩୫ ବର୍ଷ ଧରି ପିଲାମାନଙ୍କୁ ଜଣେ ଜଣେ ଉତ୍ତମ ମଣିଷ ଭାବେ ଗଢ଼ିବାର ଯେଉଁ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛି, ତାହା ଆମର "ବିକଶିତ ଓଡ଼ିଶା" ସଂକଳ୍ପକୁ ସାକାର କରିବାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: Mohali : ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହରପିନ୍ଦର ସିଂହ ନିହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe