ଓଡ଼ିଶା ଇଲେକ୍ସନ ୱାଚ୍‌ ପକ୍ଷରୁ ‘ହମ୍‌ ବଦଲେଙ୍ଗେ ଅପନା ଭାରତ’

ଓଡ଼ିଶା ଇଲେକ୍ସନ ୱାଚ୍‌ ପକ୍ଷରୁ ‘ହମ୍‌ ବଦଲେଙ୍ଗେ ଅପନା ଭାରତ’

ଭୁବନେଶ୍ୱର: ଗଣତନ୍ତ୍ରର ସୁଦୃଢ଼ୀକରଣ ପ୍ରକ୍ରିୟାରେ ଯୁବ ଓ କିଶୋରମାନଙ୍କ ଭାଗୀଦାରିତା ବୃଦ୍ଧି କରିବା ପାଇଁ ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର), ଓଡ଼ିଶା ଇଲେକ୍ସନ ୱାଚ ଓ ପିପୁଲସ୍‌ କଲଚରାଲ ସେଣ୍ଟର (ପିକକ୍‌) ପକ୍ଷରୁ ‘ହମ୍‌ ବଦଲେଙ୍ଗେ ଅପନା ଭାରତ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ପ୍ରାଥମିକ ପର୍ଯ୍ୟାୟରେ +୨ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ଟି କ୍ୟାମ୍ପସରେ କର୍ମଶାଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହଯୋଗରେ ଆରମ୍ଭ କରାଯାଇଛି। ଏଥିପାଇଁ ୫୦ଜଣ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଓ ଓଡ଼ିଶା ଇଲେକ୍ସନ ୱାଚ୍‌ର ତାଲିମଦାତାଙ୍କୁ ନେଇ ରୟାଲ କଲେଜ ଅଫ ସାଇନସ୍‌ ଏଣ୍ଡ ଟେକ୍ନୋଲୋଜି ପରିସରରେ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଶିକ୍ଷାବିତ୍‌ ପ୍ରଫେସର୍‌ ସୂର୍ଯ୍ୟ ନାରାୟଣ ମିଶ୍ର, ଏନ୍‌ଏସ୍‌ଏସ୍‌ର କାର୍ଯ୍ୟକ୍ରମ ସଂଯୋଜକ ଦୀପକ ବେହେରା, ଏଡିଆର୍‌ର ବରିଷ୍ଠ ଗବେଷକ ଅପର୍ଣ୍ଣା ଲାଲ, ଓଡ଼ିଶା ଇଲେକ୍ସନ ଓ୍ଵାଚ୍‌ର ରାଜ୍ୟ ସଂଯୋଜକ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଏହି ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ଓଡ଼ିଶା ଇଲେକ୍ସନ ୱାଚର ହିମାଂଶୁ ଶେଖର ଦାସ, ପିକକ୍‌ର ଜ୍ୟୋତିଶଙ୍କର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe