ଓଡ଼ିଶା ଇଞ୍ଜିନିୟରିଂ କଲେଜ ଏମ୍ପ୍ଲଇଜ୍‌ ୟୁନିଅନ୍‌ ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସମୂହ ଆତ୍ମାହୁତି

Advertisment
ଘରୋଇ ଶିକ୍ଷାନୁଷ୍ଠାନମାନେ ଫି’କମ୍ କରନ୍ତୁ ବା ପୈଠ ତାରିଖ ପରିବର୍ତ୍ତନ କରନ୍ତୁ

Hindustan Times

ପୁରୁଣା ଭୁବନେଶ୍ୱର: ଦାବି ପୂରଣ ନ ହେଲେ ଓଡ଼ିଶା ଇଂଜିନିୟରିଂ କଲେଜ ଏମ୍ପ୍ଲଇଜ୍‌ ୟୁନିଅନ୍‌ର ୩୫୦ରୁ ଊର୍ଧ୍ବ କର୍ମକର୍ତ୍ତା ଆସନ୍ତା ୨୫ତାରିଖ‌‌ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବେ। ୟୁନିୟନର ସଭାପତି ତଥା ବିଧାୟକ ସୁରେଶ ରାଉତରାୟଙ୍କ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି। ସଂଘର ଅଭିଯୋଗ, ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା-ଜଟଣୀ ରାସ୍ତାରେ ଥିବା ଏହି କଲେଜରେ ଦୀର୍ଘ ବର୍ଷ ହେଲା ୩୫୦ରୁ ଊର୍ଧ୍ବ କର୍ମଚାରୀ (ପ୍ରଫେସର୍‌, ଆସିଷ୍ଟାଣ୍ଟ ପ୍ରଫେସର୍‌, ପୋଗ୍ରାମର୍‌, କ୍ଲର୍କ, ପିଅନ) କାମ କରୁଛନ୍ତି। କିନ୍ତୁ ଚଳିତ ବର୍ଷ କଲେଜକୁ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଉଥିବାରୁ କର୍ମଚାରୀମାନଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି। ସେହିପରି କଲେଜରେ ୪ ଶହ କୋଟି ଟଙ୍କାର ଘୋଟାଲା ହୋଇଥିବା ସଂଘ ଅଭିଯୋଗ କରିଛି। ପୂର୍ବରୁ ବର୍ଷକୁ ୩୨କୋଟି ଟଙ୍କା ଆୟ ହେଉଥିବା ବେଳେ ଦରମା ବାବଦକୁ ମାତ୍ର ୫ କୋଟି ଟଙ୍କା ଦିଆଯାଉଥିଲା। ବାକି ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରାଯାଇଛି। ତେଣୁ ଏହାର ଇଡି ତଦନ୍ତ କରାଯିବା ସହ ସରକାର ଏହି କଲେଜକୁ ନିଜ ହାତକୁ ନେବା, ନିୟମିତ ଦରମା ଦେବା, ଅବସରକାଳୀନ ସୁବିଧା ଯୋଗାଇବା, ଇପିଏଫ୍ ଓ ଇଏସ୍ଆଇ ବର୍ଷକର ଡିପୋଜିଟ୍, ଚାକିରି ଛାଡ଼ୁଥିବା କର୍ମଚାରୀଙ୍କୁ ଦରମା ଓ ଗ୍ରାଚ୍ୟୁଇଟି ପ୍ରଦାନ, ବିନା କାରଣରେ ନିଲମ୍ବନ ବନ୍ଦ କରିବାକୁ ଦାବି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ, କର୍ମଚାରୀମାନେ ୨୫ତାରିଖ‌‌‌‌ରେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସମ୍ମିଳନୀରେ ଶ୍ରୀ ରାଉତରାୟଙ୍କ ସମେତ ୟୁନିୟନ୍‌ର ସମ୍ପାଦକ ଅଙ୍ଗଦ ବିଶ୍ୱାଳ, ଉପସଭାପତି ହଳଧର ସ୍ୱାଇଁ, ଯୁଗ୍ମ ସମ୍ପାଦକ ଅମ୍ବିକା ମହାପାତ୍ର ପ୍ରମୁଖ ସାମିଲ ଥିଲେ। ଏ ସଂପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe