ଡିସେମ୍ବର ୨୦ରୁ ଓଡ଼ିଶା ପରିବେଶ କଂଗ୍ରେସ

ଏଥର ବିଷୟବସ୍ତୁ ‘ଗାନ୍ଧୀ ଦର୍ଶନ ଓ ପରିବେଶ’

ଡିସେମ୍ବର ୨୦ରୁ ଓଡ଼ିଶା ପରିବେଶ କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ପରିସରରେ ଓଡ଼ିଶା ପରିବେଶ କଂଗ୍ରେସ ଅନୁଷ୍ଠିତ ହେବ। ‘ଗାନ୍ଧୀ ଦର୍ଶନ ଓ ପରିବେଶ’ ବିଷୟବସ୍ତୁକୁ ନେଇ ଏଥର ପରିବେଶ କଂଗ୍ରେସର ଆୟୋଜନ କରାଯିବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିନିଧି ସାମିଲ ହେବେ ବୋଲି ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଉକ୍ତ ବିଷୟବସ୍ତୁକୁ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। ଏଥର ସ୍କୁଲ, କଲେଜ ପିଲାଙ୍କ ଭିତରେ ଗାନ୍ଧୀ ଦର୍ଶନ ଓ ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯିବ। ଗାନ୍ଧୀଙ୍କ ଦର୍ଶନ ସହ ପରିବେଶର ସମ୍ପର୍କକୁ ନେଇ ଏକ ପୁସ୍ତକ ପ୍ରକାଶ ପାଇବ। ଏହି ଅବସରରେ ଯୁବ ବୈଜ୍ଞାନିକ ପୁରସ୍କାର, ପରିବେଶ ଆମ୍ବାସାଡର ପୁରସ୍କାର, ଗ୍ରିନ୍‌ କର୍ପୋରେଟ୍‌ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି। ପ୍ରସ୍ତୁତି ବୈଠକରେ ପରିବେଶ କଂଗ୍ରେସର ଅଧ୍ୟକ୍ଷ ଧୀରେନ୍‌ କୁମାର ରାୟ, ଅରବିନ୍ଦ ବେହେରା, ସେବା ମହାପାତ୍ର, ଅବସର ବେଉରିଆ, ଏସ୍‌ ଏନ୍‌ ପାତ୍ର, ରିନା ରାଉତରାୟ, ଡ. ଗୌରବ, ଅଜିତ କୁମାର ପଟ୍ଟନାୟକ, ବି ବି ସାମନ୍ତ, ଏସ୍‌ ଏନ୍‌ ପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ମନୋଜ ଜେନା, ଲତିକା ପ୍ରଧାନ, ପ୍ରିୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପରିବେଶ କଂଗ୍ରେସର ସମ୍ପାଦକ ସୁଦର୍ଶନ ଦାସ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ରଘୁନାଥ ପତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe