ବାଳିକାଙ୍କ ପାଇଁ ଓଡ଼ିଶା ଏଫ୍‌ସିର ସ୍ବତନ୍ତ୍ର ଫୁଟ୍‌ବଲ୍‌ ଉତ୍ସବ

Advertisment
ବାଳିକାଙ୍କ ପାଇଁ ଓଡ଼ିଶା ଏଫ୍‌ସିର ସ୍ବତନ୍ତ୍ର ଫୁଟ୍‌ବଲ୍‌ ଉତ୍ସବ

ଭୁବନେଶ୍ବର: ଓଡ଼ିଶା ଏଫ୍‌ସି ବାଳିକାମାନଙ୍କ ପାଇଁ ସ୍ବତନ୍ତ୍ର ଫୁଟ୍‌ବଲ୍‌ ଉତ୍ସବ ଆୟୋଜନ କରି ରବିବାର ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିଛି। ତୃଣମୂଳ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଉତ୍ସବ ଓଡ଼ିଶା ଏଫ୍‌ସି ଘାଟିକିଆ ସ୍ଥିତ ବଜରଙ୍ଗବାଲୀ ସ୍ପୋର୍ଟ୍ସ କ୍ଲବ୍‌ଠାରେ ଆୟୋଜନ କରିଥିଲା। ପ୍ରାୟ ୩୦ ବାଳିକା ଏହି ଉତ୍ସବରେ ଭାଗ ନେଇଥିଲେ। କ୍ଲବ୍‌ର ତୃଣମୂଳ ସହପ୍ରବନ୍ଧକ ଶୁଭମ ଦାସ ଏହି ଉତ୍ସବକୁ ପରିଚାଳନା କରିଥିଲେ। ଏହି ଅବସରରେ ବାଳିକାମାନଙ୍କୁ ନେଇ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯାଇଥିଲା। ବାଳିକାମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଏଫ୍‌ସିର ପ୍ରଶଂସକ କ୍ଲବ୍‌ ଜୁଗରନଟ୍ସର ସଦସ୍ୟମାନେ ଏହି ଉତ୍ସବକୁ ସଫଳତା ସହ ଅୟୋଜନ କରିବାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe