ଏମ୍‌ସ ପରିଦର୍ଶନ କଲେ ରାଜ୍ୟପାଳ

Advertisment
ଏମ୍‌ସ ପରିଦର୍ଶନ କଲେ ରାଜ୍ୟପାଳ

ଖଣ୍ଡଗିରି : ସୋମବାର ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଭୁବନେଶ୍ୱର ଏମ୍‌ସକୁ ପରିଦର୍ଶନ କରିଛନ୍ତି। ଅଗଷ୍ଟ ୧୬ ତାରିଖରେ ଭାରତର ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟାନାଇଡୁଙ୍କ ଗସ୍ତ ପୂର୍ବରୁ ରାଜ୍ୟପାଳଙ୍କ ଏହି ପରିଦର୍ଶନ ବହୁ ଗୁରୁତ୍ୱବହନ କରୁଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହା ଏକ ସୌଜନ୍ୟମୂଳକ ଗସ୍ତ ଥିଲା ବୋଲି ଏମ୍‌ସ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହି ଗସ୍ତ ସମୟରେ ରାଜ୍ୟପାଳ ପ୍ରଫେସର ଲାଲ୍‌ ଏମ୍‌ସର ସମସ୍ତ ବିଭାଗ ବୁଲି ଦେଖିଥିଲେ। ଟିକେଟ୍‌ କାଉଣ୍ଟର୍‌ଠାରୁ ଆରମ୍ଭ କରି ସମସ୍ତ ଡପିଡି ଓ ଓ୍ଵାର୍ଡ ବୁଲିଥିଲେ। ଏମିତିକି ରୋଗୀ ଆଟେଣ୍ଡାଣ୍ଟଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମାଗାରର ଅବସ୍ଥା ଓ ସେଠି ମିଳୁଥିବା ସୁବିଧା ସୁଯୋଗ ଉପରେ ସେ ପଚାରି ବୁଝିଥିଲେ। ଓ୍ଵାର୍ଡ ପରିଦର୍ଶନବେଳେ ସେ ରୋଗୀ ଓ ରୋଗୀମାନଙ୍କ ନିକଟରେ ରହୁଥିବା ଆଟେଣ୍ଡାଣ୍ଟମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଓ୍ଵାର୍ଡ ପରିଦର୍ଶନ ବେଳେ ସେ ବିଭାଗୀୟ ଡାକ୍ତରମାନଙ୍କ ସହ ଆଲୋଚନା କରୁଥିଲେ। ପରେ ସେ ନିର୍ଦ୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାତ୍ମାବାନୋ ଓ ଅନ୍ୟାନ୍ୟ ପଦାଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଏଥିରେ ଭୁବନେଶ୍ୱର ଏମ୍‌ସର ବିଭିନ୍ନ ସମସ୍ୟା ବାବଦରେ ସେ ପଚାରି ବୁଝିଥିଲେ ଓ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ ପାଇଁ ସେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରୋଗୀମାନଙ୍କ ଆରୋଗ୍ୟ ପାଇଁ ସଂଗୀତର ଆବଶ୍ୟକତା ଥିବାରୁ ପ୍ରାତଃ କାଳରେ କିଛି ମଧୁର ସଂଗୀତର ବ୍ୟବସ୍ଥା କରିବାକୁ ସେ ଏକ ପ୍ରସ୍ତାବ ଦେଇଥିଲେ। ନିର୍ଦେଶିକା ସୂଚନା ଦେଇ କହିଥିଲେ ଯେ ନାଲ୍‌କୋ ସହଯୋଗରେ ୨୬ କୋଟି ଟଙ୍କା ବ୍ୟୟରେ ଏକ ଧର୍ମଶାଳା ନିର୍ମାଣ ହେବ ଓ ଏନ୍‌ଟିପିସି ପକ୍ଷରୁ ଏକ ବର୍ଣସେଣ୍ଟର୍‌ ନିର୍ମାଣ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୧୬ ତାରିଖରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟାନାଇଡୁ ଭୁବନେଶ୍ୱର ଏମ୍‌ସର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେବେ। ଏହି ଅବସରରେ ସେ ବହୁ ପ୍ରତୀକ୍ଷିତ ୧୦ଟି ମଡ୍ୟୁଲାର୍‌ ଓଟି ଓ ପିଇଟି ସିଟି ସ୍କାନ୍‌ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ନେଫ୍ରୋଲୋଜି ବିଭାଗ ମଧ୍ୟ ଉଦ୍‌ଘାଟିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe