‘ଓଡ଼ିଶା ଜୁଏଲାରି ସୋ’ ଆରମ୍ଭ

Advertisment
‘ଓଡ଼ିଶା ଜୁଏଲାରି ସୋ’ ଆରମ୍ଭ

ଖଣ୍ଡଗିରି: ଓଡ଼ିଶା ଗହଣା ସଂଘ ଓ କ୍ରାନ୍ତି ନାଗୱେକର କମ୍ପାନି(କେଏନ୍‌ସି)ର ମିଳିତ ଆନୁକୂଲ୍ୟରେ ହୋଟେଲ ତାଜ୍‌ ଭିଭାନ୍ତାଠାରେ ଆଜିଠାରୁ ଦୁଇଦିନିଆ ‘ଓଡ଼ିଶା ଜୁଏଲାରି ସୋ’ ଆରମ୍ଭ ହୋଇଛି। ଏହି ପ୍ରଦର୍ଶନୀକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରି ରାଜଧାନୀବାସୀଙ୍କ ଲାଗି ଏହା ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେଏନ୍‌ସିର ସିଇଓ କ୍ରାନ୍ତି ନାଗୱେକର, ଓଡ଼ିଶା ଗହଣା ସଂଘର ସଭାପତି ସଞ୍ଜୟ ସାହୁ, ବିଜେଡି ମୁଖପାତ୍ର ସୁଲତା ଦେଓ, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଦର୍ଶନୀରେ ଭାରତର ବିଭିନ୍ନ ସ୍ଥାନରୁ ୪୦ରୁ ଅଧିକ ଗହଣା କାରିଗର ଓ କମ୍ପାନି ଯୋଗ ଦେଇଛନ୍ତି। କମ୍ପାନିଗୁଡ଼ିକ ସହିତ ବ୍ୟବସାୟ କରିବା ପାଇଁ ଓଡ଼ିଶାର ବ୍ୟବସାୟୀମାନେ ଯୋଗାଯୋଗ କରିପାରିବେ। ରାଜ୍ୟର ଗହଣା ବ୍ୟବସାୟୀଙ୍କ ପାଖରେ ସହଜରେ ଗହଣା ପହଞ୍ଚାଇବାରେ ଏହି ସୋ’ ସହାୟକ ହେବ ବୋଲି ଶ୍ରୀମତୀ ନାଗୱେକର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe