ଓଡ଼ିଶା ଜ୍ୟୋତି ଫାଉଣ୍ଡେସନର ସଂଗୀତ ସନ୍ଧ୍ୟା ‘ତୁମ ସ୍ମୃତି ଆମ ସ୍ବର’

Advertisment
ଓଡ଼ିଶା ଜ୍ୟୋତି ଫାଉଣ୍ଡେସନର ସଂଗୀତ ସନ୍ଧ୍ୟା ‘ତୁମ ସ୍ମୃତି ଆମ ସ୍ବର’

ଭୁବନେଶ୍ବର: ଓଡ଼ିଶା ଜ୍ୟୋତି ଫାଉଣ୍ଡେସନ୍‌ ପକ୍ଷରୁ ସଂଗୀତ ସଂଧ୍ୟା ‘ତୁମ ସ୍ମୃତି ଆମ ସ୍ବର’ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ହର୍ଷିନି ଅନୁଷ୍ଠାନର କଳାକାରଙ୍କୁ ନେଇ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ‘କୃଷ୍ଣ ଭଜନ’ରୁ ଆରମ୍ଭ ହୋଇଥିଲା। ପରେପରେ ଶିଶୁ କଳାକାରଙ୍କ କଣ୍ଠରେ ଚିରସବୁଜ ସଂଗୀତ ‘ଆଜି ମୁଁ ଶ୍ରାବଣୀ...’ ବେଶ୍‌ ରୋମାଞ୍ଚକର ଥିଲା। ପରେ ନାମ ଗୁମ୍‌ ଜାଏଗା..., ମନର ମଣିଷ ଯଦି..., ଆଖିଓଁ କେ ଝରକୋଁ ସେ..., ନେଇଯା ରେ ମେଘ ମୋତେ..., ରଙ୍ଗିଲାରେ ଅଭିମାନିନୀ..., ଆସିବ ଆସିବ ଦିନେ..., ମେରେ ଖାବୋ ମେ ଜୋ ଆଏ..., ଓଁ ନମଃ ଶିବାୟ..., ନିଦ ଭରା ରାତି..., ଭସା ମେଘ ଭାସି ଯାଏ ମୁଁ ଦୂରେ..., ଭଳି ଗୀତ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ମଞ୍ଚ ନିକଟରେ ବାନ୍ଧି ରଖିଥିଲା।

ନୀଳମଣି ଓଝାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଂଗୀତ ସଂଧ୍ୟା‌‌ରେ ଶିଶୁ କଣ୍ଠଶିଳ୍ପୀ ସାବନା, ଲିପ୍ସା, ଅଙ୍କିତା ଦାଶ, ସୋନାଲି, ଶ୍ବେତା ମୋହିତ, ସ୍ବାତିଶ୍ରୀ, ହର୍ଷା, ସାନିଧ୍ୟା, ସାତ୍ତ୍ବିକ, ପାୟଲ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଓଡ଼ିଶା ଜ୍ୟୋତି ଫାଉଣ୍ଡେସନ୍‌ ଅଧ୍ୟକ୍ଷ ଗିରିଜା ଶଙ୍କର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସୁରକ୍ଷାବଳର ପୂର୍ବତନ ଡିଆଇଜି ସର୍ବେଶ୍ବର ଶତପଥୀ ମୁଖ୍ୟ ଅତିଥି, ସମାଜସେବୀ ନିଶିକାନ୍ତ ମିଶ୍ର ମୁଖ୍ୟବକ୍ତା, ରେଳବାଇ ବୋର୍ଡ ପାସେଞ୍ଜର ଆମିନେଟିଜ୍‌ କମିଟିର ସଦସ୍ୟ ଦିଲ୍ଲୀପ ମଲ୍ଲିକ, ଯୁବ ଶିକ୍ଷାବିତ୍‌ ପ୍ରଫେସର୍‌ ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe