ଭୁବନେଶ୍ୱର: ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର ଅଷ୍ଟମ ବାର୍ଷିକ ଅଧିବେଶନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନ୍ୟର୍ସଠାରେ ଅନୁଷ୍ଠିତ ହୋଇ ଯାଇଛି। ମହାସଂଘର ଅଧ୍ୟକ୍ଷ ଡ. ଅଦ୍ୱୈତ କୁମାର ପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କୃଷି ତଥା ଉଦ୍ୟାନ ବିଭାଗର ନିର୍ଦେଶକ ଡ. ଏମ. ମୁଥୁ କୁମାର ମୁଖ୍ୟଅତିଥି, ଆପିକଲର ଡ. ନିରୁପମା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ରାଜ୍ୟର ୧୭ରୁ ଅଧିକ ଜିଲ୍ଲାର ଛତୁଚାଷୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଅନୁଷ୍ଠାନର ମୁଖପତ୍ର ‘ଜୀବିକା’ ଲୋକାର୍ପିତ ହୋଇଥିଲା। ସନ୍ତୋଷ କୁମାର ମିଶ୍ର, ପ୍ରମୋଦ ମହାପାତ୍ର, ପ୍ରକାଶ ଦାସ, ପ୍ରଶାନ୍ତ ଜେନା, ସଞ୍ଜୀବ ସ୍ୱାଇଁ, କୁମୁଦ ସାହୁ, ସରଦା ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର ଅଧିବେଶନ
Advertisment
Follow Us