ନିର୍ମାଣ ଶ୍ରମିକ ସଚେତନତା ମେଳା

Advertisment
ନିର୍ମାଣ ଶ୍ରମିକ ସଚେତନତା ମେଳା

ଭୁବନେଶ୍ୱର : ସେଣ୍ଟର ଫର୍‌ ଆଡଭୋକେସି ଆଣ୍ଡ୍‌ ରିସର୍ଚ (ସିଏଫ୍‌ଏଆର) ଓ ଏଆଇଟିୟୁସି ମିଳିତ ସହଯୋଗରେ ଲୋହିଆ ଏକାଡେମିଠାରେ ନିର୍ମାଣ ଶ୍ରମିକ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ମୁଖ୍ୟଅତିଥି, ଜିଲ୍ଲା ଶ୍ରମ ଅଧିକାରୀ ଅମ୍ବିକା ମିଶ୍ର, ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, ସୌରୀବନ୍ଧୁ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଚେତନତା ମେଳାରେ ଅନେକ ନିର୍ମାଣ ଶ୍ରମିକଙ୍କୁ ଲେବର କାର୍ଡ ପ୍ରଦାନ କରାଯାଇଥିଲା। ସିଏଫ୍‌ଏଆରର ରାଜ୍ୟ ପ୍ରକଳ୍ପ ସହ ସଂଯୋଜିକା ମମତା ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ପ୍ରକଳ୍ପ ପରିଚାଳିକା ପୂଜାଫୁଲ ପଟ୍ଟନାୟକ ସଚେତନତା ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସମୀର ରଞ୍ଜନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe