Advertisment

Exhibition: ଭାରତର ନୂତନ ଅପରାଧ ଆଇନ ସମ୍ବନ୍ଧରେ ଜାଣିବାକୁ ଲୋକେ ଉତ୍ସାହିତ

Advertisment

IDCO ପ୍ରଦର୍ଶନୀ ପଡିଆରେ ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ନ୍ୟାୟ ସଂହିତା ପ୍ରଦର୍ଶନୀରେ ଆଜି ଉତ୍ସାହମୟ ପରିବେଶ ଦେଖିବାକୁ ମିଳିଛି। ସମାଜର ବିଭିନ୍ନ ବର୍ଗର ଲୋକମାନେ ପ୍ରଦର୍ଶନୀକୁ ଆସି ଭାରତର ନୂତନ ଅପରାଧ ଆଇନ ସମ୍ବନ୍ଧରେ ଜାଣିବା...

IDCO ପ୍ରଦର୍ଶନୀ ପଡିଆରେ ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ନ୍ୟାୟ ସଂହିତା ପ୍ରଦର୍ଶନୀରେ ଆଜି ଉତ୍ସାହମୟ ପରିବେଶ ଦେଖିବାକୁ ମିଳିଛି। ସମାଜର ବିଭିନ୍ନ ବର୍ଗର ଲୋକମାନେ ପ୍ରଦର୍ଶନୀକୁ ଆସି ଭାରତର ନୂତନ ଅପରାଧ ଆଇନ ସମ୍ବନ୍ଧରେ ଜାଣିବା...

WhatsApp Image 2026-03-07 at 18.32.44

ଭୁବନେଶ୍ୱର: ସ୍ଥାନୀୟୟ IDCO ପ୍ରଦର୍ଶନୀ ପଡିଆରେ ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ନ୍ୟାୟ ସଂହିତା ପ୍ରଦର୍ଶନୀରେ ଆଜି ଉତ୍ସାହମୟ ପରିବେଶ ଦେଖିବାକୁ ମିଳିଛି। ସମାଜର ବିଭିନ୍ନ ବର୍ଗର ଲୋକମାନେ ପ୍ରଦର୍ଶନୀକୁ ଆସି ଭାରତର ନୂତନ ଅପରାଧ ଆଇନ ସମ୍ବନ୍ଧରେ ଜାଣିବା ସହ ସଚେତନତା ଲାଭ କରୁଥିବା ପରିଲକ୍ଷିତ ହୋଇଛି। ଆଜି ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଅଟୋ ଚାଳକ ମହାସଂଘର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। ପ୍ରଦର୍ଶନୀରେ ରହିଥିବା ବିଭିନ୍ନ ଡିଜିଟାଲ ପ୍ରଦର୍ଶନ, ସୂଚନାମୂଳକ ପ୍ୟାନେଲ ଓ ବ୍ୟାଖ୍ୟାମୂଳକ ପ୍ରଦର୍ଶନ ମାଧ୍ୟମରେ ସେମାନେ ନୂତନ ଭାରତୀୟ ଅପରାଧ ଆଇନ — ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହୋଇଛନ୍ତି।

ଏହା ବ୍ୟତୀତ  ପ୍ରଦର୍ଶନୀରେ ‘ଅପରାଧସ୍ଥଳରୁ ହାଇକୋର୍ଟ ପର୍ଯ୍ୟନ୍ତ’ ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଏକ ସମନ୍ୱିତ ଓ ଶିକ୍ଷା ମୂଳକ ଶୈଳୀରେ ପ୍ରଦର୍ଶିତ କରାଯାଇଛି । ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ୧୦ଟି ଷ୍ଟଲ୍‌ରେ ଅପରାଧ ସ୍ଥଳ, ୧୧୨ ଜରୁରୀ କାଳୀନ ସହାୟତା, ଥାନାର କାର୍ଯ୍ୟ ପ୍ରଣାଳୀ, ହସ୍ପିଟାଲ୍ ସମନ୍ୱୟ, ଫରେନସିକ ପ୍ରୟୋଗଶାଳା, ପବ୍ଲିକ ପ୍ରସିକ୍ୟୁସନ୍, ଜିଲ୍ଲା ଅଦାଲତ, କାରାଗାର ଓ ହାଇକୋର୍ଟର କାର୍ଯ୍ୟ ଶୈଳୀ ସମ୍ପର୍କରେ ସାଧାରଣ ଲୋକମାନେ ଅବଗତ ହେଉଛନ୍ତି। ଏହା ସହ ନୂତନ ଆଇନ କାର୍ଯ୍ୟକାରୀ ପାଇଁ ସ୍ବତନ୍ତ୍ର ଯୋଜନା, ପୋଲିସ ଆଧୁନିକୀକରଣ ଓ ସଶକ୍ତିକରଣ, ମହିଳା ବିରୋଧୀ ଅପରାଧ ଉପରେ ରୋକ ଲଗାଇବା, ମାଓ ଦମନରେ Special Operations Group (SOG) ର ଭୂମିକା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ Odisha Disaster Rapid Action Force (ODRAF) ର ଅବଦାନ ଆଦି ସମ୍ପର୍କରେ ମଧ୍ୟ ପ୍ରଦର୍ଶିତ କରାଯାଉଛି ।  

ଉଲ୍ଲେଖଯୋଗ୍ୟ ଯେ, ଦେଶର ନୂତନ ଅପରାଧ ଆଇନଗୁଡ଼ିକ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହିତ ଡିଜିଟାଲ ଓ ନ୍ୟାୟକେନ୍ଦ୍ରିକ ଅପରାଧ ନ୍ୟାୟ ବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ହେଉଛି ଏହି ପ୍ରଦର୍ଶନୀର ପ୍ରମୁଖ ଉଦ୍ଦେଶ୍ୟ। ପ୍ରଦର୍ଶନୀକୁ ଆସୁଥିବା ପରିଦର୍ଶକମାନେ ନୂତନ ଆଇନର ବିଭିନ୍ନ ମୂଳ ବିଶେଷତା ବିଷୟରେ ଜାଣିବା ସହିତ ପୋଲିସର ଆଧୁନିକ ପ୍ରଯୁକ୍ତି ଆଧାରିତ ତଦନ୍ତ ପ୍ରଣାଳୀ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ମଧ୍ୟ ଅବଗତ ହେଉଛନ୍ତି।

WhatsApp Image 2026-03-07 at 18.32.45

ଆହୁରି ପଢ଼ନ୍ତୁ: Drawn: ପାଣିରେ ବୁଡ଼ିଗଲେ ଜବହାର ନବୋଦୟ ବିଦ୍ୟାଳୟର ୩ ଛାତ୍ର

ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗାମୀ ଦିନଗୁଡ଼ିକରେ ମଧ୍ୟ ଅଧିକ ସଂଖ୍ୟକ ଲୋକ ପ୍ରଦର୍ଶନୀକୁ ଆସି ନୂତନ ଆଇନ ବିଷୟରେ ଜାଣିବା ପାଇଁ  ଓଡିଶା ପୋଲିସ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ କରାଯାଉଛି। ନ୍ୟାୟ ସଂହିତା ପ୍ରଦର୍ଶନୀ ଭାରତର ଅପରାଧ ନ୍ୟାୟ ବ୍ୟବସ୍ଥାର ଐତିହାସିକ ପରିବର୍ତ୍ତନ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସର ପ୍ରତିବଦ୍ଧତାର ଏକ ପ୍ରତିଫଳନ। ବୈଜ୍ଞାନିକ ତଦନ୍ତ, ଆଧୁନିକ ପ୍ରଯୁକ୍ତି ଓ ନାଗରିକ ଅଂଶଗ୍ରହଣ ମାଧ୍ୟମରେ ସଠିକ ସମୟ ମଧ୍ୟରେ ପୀଡ଼ିତଙ୍କୁ  ନ୍ୟାୟ ସୁନିଶ୍ଚିତ କରିବାକୁ ଓଡ଼ିଶା ପୋଲିସ  ସଂକଳ୍ପବଦ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe