ଓଡ଼ିଶା ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ସଂଘର ସାଧାରଣ ସଭା

Advertisment
ଓଡ଼ିଶା ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ସଂଘର ସାଧାରଣ ସଭା

ଭୁବନେଶ୍ୱର: ଓଡ଼ିଶା ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ସଂଘର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ହୋଟେଲ ଏମ୍ପାୟାର୍ସଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ବିଷ୍ଣୁ ଚରଣ ପଲ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜଙ୍ଗଲ ସମ୍ପଦର ଅବକ୍ଷୟକୁ ରୋକିବା ଦିଗରେ ସଂଘର କର୍ମକର୍ତାମାନେ ସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମତ ରଖିଥିିଲେ। ସଂଘର ସଂପାଦକ ପ୍ରମୋଦ କୁମାର ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ୭୫ବର୍ଷ ବୟସ ଅତିକ୍ରମ କରିଥିବା ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହା ସହ ଆନ୍ତର୍ଜାତିକ ଚେସ୍‌ ଖେଳାଳି ସାଇନା ସଲୋନିକାଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏଥିରେ ଅକ୍ଷୟ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଘର ଉପସଭାପତି ବିଜୟ କେତନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe