ଭୁବନେଶ୍ୱର: ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ଓ ଅମଲା ସଂଘର ୨୯ତମ ସମ୍ମିଳନୀ ବିଭାଗୀୟ ମୁଖ୍ୟ ଦପ୍ତର (୯ତାଲା) ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେକ୍ସନ ଅଫିସର ସଭାପତି ମଧୁସୂଦନ ମଲ୍ଲିକ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମଧୁସୂଦନ ମଲ୍ଲିକ, ପ୍ରଭାତ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ ସାମନ୍ତରା, ଅଶୋକ ଦାସ ଓ ସୁଧାଂଶୁ ପାତ୍ର ପ୍ରମୁଖ ସଂଘର ସମସ୍ୟା ବିଷୟରେ ଆଲେଚନା କରିଥିଲେ ଏବଂ ସରକାର ମୁଖ୍ୟ ଦପ୍ତର କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ କରିଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା। ଏହା ସହ ମୁଖ୍ୟ ଦପ୍ତରର ଅବସରପ୍ରାପ୍ତ ନେତୃବୃନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। ଆସନ୍ତାକାଲି ଦୁଇ ସଂଘର ମିଳିତ ଖୋଲା ଅଧିବେଶସନ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ ଓ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଆବାହକ କମିଟିର ମୁଖ୍ୟ ପ୍ରଭାତ କୁମାର ମହାନ୍ତି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଓ ଅମଲା ସଂଘର ସଭାପତି ମହିର ନାରାୟଣ ଜେନା ଧନ୍ୟବାଦ ଦେଇଥିଲେ।
ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ଓ ଅମଲା ସଂଘର ସମ୍ମିଳନୀ
Advertisment
Follow Us