ଭୁବନେଶ୍ୱର: ରଥଯାତ୍ରା ଅବସରରେ ଓ୍ଵାସିଂଟନ ଡିସି ଅଞ୍ଚଳର ପ୍ରସିଦ୍ଧ ଗାୟକ କଳାଶ୍ରୀ ଦେବକୀନନ୍ଦନ ଚୌଧୁରୀଙ୍କ ଦ୍ୱାରା ଓଡ଼ିଆ ଏବଂ ହିନ୍ଦୀ ଭାଷାର ଦୁଇଟି ସଂଗୀତ ୟୁଏସ୍ବି ଲୋକାର୍ପିତ ହୋଇଛି। ଓଡ଼ିଆ ୟୁଏସ୍ବି ଡ୍ରାଇଭ୍ରେ ଭଜନ, ଓଡ଼ିଶୀ ଓ ଗୀତଗୋବିନ୍ଦର କୋଡିଏଟି ଗୀତ ରହିଛି। ଏ ସବୁ ଗୀତ ଓଷା ଓ ଯୋଗ ସଂସ୍ଥାନ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ଚୌଧୁରୀଙ୍କ ଦ୍ୱାରା ପରିବେଷଣ କରାଯାଇ ଥିଲା। ସେ ସବୁ ଗୀତକୁ ଓଡ଼ିଆରେ ଡିଜିଟାଲ୍ ରେକର୍ଡିଂ କରାଯାଇଛି। ହିନ୍ଦୀ ୟୁଏସ୍ବି ଡ୍ରାଇଭ୍ରେ ୧୨ଟି ଭଜନ ରହିଛି। ଓ୍ଵାସିଂଟନ୍ ଡିସି ଆଡେଲ୍ଫି ସହରସ୍ଥିତ ମନ୍ଦିରରେ ଆୟୋଜିତ ଏକ ଉତ୍ସବରେ ଅତିଥି ଭାବେ ଯୋଗଦେଇ ପ୍ରବାସୀ ଓଡ଼ିଆ ବୈଜ୍ଞାନିକ ଡକ୍ଟର ବିଜ୍ଞାନୀ ଦାସ ଓ ଡକ୍ଟର ସୁରେନ୍ଦ୍ର ରାୟ ଏହି ୟୁଏସ୍ବିକୁ ଲୋକାର୍ପଣ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିରର ପୂଜକ ପୀତାମ୍ବର ପଣ୍ଡିତ, ହିନ୍ଦୁ ମନ୍ଦିରର ଅଧ୍ୟକ୍ଷ ଡକ୍ଟର ବିକ୍ରମ ପାଲ, ପଦ୍ମବିଭୂଷଣ ବୈଜ୍ଞାନିକ ଭକ୍ତ ରଥ, ଯୋଗ ସଂସ୍ଥାନର ଅଧ୍ୟକ୍ଷ ନରେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us