ବିଦେଶ ମାଟିରେ ମନ ମୋହିଲା ଓଡ଼ିଶୀ

Advertisment

‘ଓଡ଼ିଶା ସୋସାଇଟି ଅଫ୍‌ ସିଙ୍ଗାପୁର’ର ନୃତ୍ୟ ମହୋତ୍ସବ

‘ଓଡ଼ିଶା ସୋସାଇଟି ଅଫ୍‌ ସିଙ୍ଗାପୁର’ର ନୃତ୍ୟ ମହୋତ୍ସବ

ବିଦେଶ ମାଟିରେ ମନ ମୋହିଲା ଓଡ଼ିଶୀ

Kalinga TV

ଭୁବନେଶ୍ବର: ସିଙ୍ଗାପୁରସ୍ଥିତ ପ୍ରବାସୀ ଓଡ଼ିଆ ସଂଗଠନ ‘ଓଡ଼ିଶା ସୋସାଇଟି ଅଫ୍‌ ସିଙ୍ଗାପୁର’ ପକ୍ଷରୁ ସିଙ୍ଗାପୁରରେ ଏକ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶୀ, ସିଙ୍ଗାପୁରୀ, ଚାଇନିଜ୍‌ ତଥା ମାଲ୍ଲୀ ନୃତ୍ୟର ଯୁଗଳବନ୍ଦୀ ଦର୍ଶକଙ୍କ ଭରପୂର୍‌ ମନୋରଂଜନ କରିଥିଲା। ବିଦେଶରେ ରହୁଥିବା ପ୍ରବାସୀମାନେ ନିଜ ରାଜ୍ୟର କଳା ସଂସ୍କୃତିକୁ ଉପଭୋଗ କରିଥିଲେ। ବିଶିଷ୍ଟ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ଅନେକ ନୃତ୍ୟଶିଳ୍ପୀ ମଞ୍ଚରେ ନିଜର କଳା ନୈପୁଣ୍ୟତା ପ୍ରଦର୍ଶନ କରି ଦର୍ଶକଙ୍କୁ ଅଭିଭୂତ କରିଥିଲେ।

ସେହିଭଳି ସିଙ୍ଗାପୁରରେ ଥିବା ଓଡ଼ିଶୀ ନୃତ୍ୟ ଏକାଡେମି ପକ୍ଷରୁ ଗୁରୁ ସସ୍ମିତା ପାଲ୍‌ଙ୍କ ନୃତ୍ୟ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତାବାସ ରାଷ୍ଟ୍ରଦୂତ ପି. କୁମାର ଯୋଗଦେଇ ସଂସ୍ଥାର ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସିଙ୍ଗାପୁର ଓଡ଼ିଆ ସଂଗଠନ ପକ୍ଷରୁ ଦିଲ୍ଲୀ-ସିଙ୍ଗାପୁର-ମାଲେସିଆଠାରେ ଓଡ଼ିଆ କମ୍ପାନିର ଅଧ୍ୟକ୍ଷ ଅମି‌ତେନ୍ଦୁ ଶତପଥୀ ଓ ଜଗଦୀଶ ପ୍ରସାଦ ଜୈସ୍ବାଲ୍‌, ଡାକ୍ତର ଶ୍ରୀ ନାଗେସ୍‌, ଉଦ୍ୟୋଗପତି ଦେ‌ବେନ୍ଦ୍ର ମହନ୍ତଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe