ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ପ୍ରତିଷ୍ଠା ଦିବସ

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୬୫ତମ ପ୍ରତିଷ୍ଠା ଦିବସ ନିଗମର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନିଗମର ସଚିବ ରଞ୍ଜିତା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ନିଗମର ମୁଖ୍ୟ ସାଧାରଣ ପ୍ରବନ୍ଧକ ପ୍ରଶାନ୍ତ କୁମାର ମହାନ୍ତି ଓ ବିତ୍ତ ପରାମର୍ଶଦାତା ସ୍ମିତାଞ୍ଜଳି ସ୍ବାଇଁ ରାଜ୍ୟରେ ଖାଦ୍ୟଶସ୍ୟର ସଂରକ୍ଷଣ ପାଇଁ ଗୋଦାମଘରର ଆବଶ୍ୟକତା ଓ ନିଗମର କାର୍ଯ୍ୟକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଆଲୋକପାତ କରିଥିଲେ।

ଉପ ସାଧାରଣ ପ୍ରବନ୍ଧକ ନବକିଶୋର ମିଶ୍ର ପଣ୍ୟାଗାର ନିଗମର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିବରଣୀ ରଖିବା ସହିତ ପଣ୍ୟାଗାର ଗୁଡ଼ିକର ସୁପରିଚାଳନା ଉପରେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଗରଡ଼ିଆ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଶୁଭେଚ୍ଛା ବାର୍ତ୍ତା ମାଧ୍ୟମରେ ନିଗମର ଭିତ୍ତିଭୂମି ବିକାଶ ଓ ଅଭିବୃଦ୍ଧି କାମନା କରିଥିବା ସଚିବ ପ୍ରକାଶ କରିବା ସଙ୍ଗେ ସଙ୍ଗେ ପଣ୍ୟାଗାର ନିଗମର ଆଭିମୁଖ୍ୟ ଓ ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe