ଓଡ଼ିଆ ଛାତ୍ରଙ୍କୁ ସର୍ବଭାରତୀୟ ସ୍ତରରେ ସଫଳତା

Advertisment
ଓଡ଼ିଆ ଛାତ୍ରଙ୍କୁ ସର୍ବଭାରତୀୟ ସ୍ତରରେ ସଫଳତା

ଭୁବନେଶ୍ୱର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସୋସିଓଲୋଜି ସ୍ନାତକୋତ୍ତର ବିଭାଗର ଛାତ୍ର ସାତ୍ତ୍ୱିକ ପଟ୍ଟନାୟକ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ ଶୀର୍ଷକ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇ ଜାତୀୟ ଜଳବାୟୁ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ଦେଶର ପ୍ରମୁଖ ଆଠଟି ବିଶ୍ୱବିଦ୍ୟାଳୟର ପ୍ରାୟ ୮ ଶହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ପୂର୍ବତନ ବାୟୁସେନା ମୁଖ୍ୟ ଅଜିତ ତ୍ୟାଗୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଜଳବାୟୁ ପରାମର୍ଶଦାତା ଜ୍ୟୋତି ପାରେଖ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ବିଜେବି କଲେଜରେ ପାଠ ପଢ଼ୁଥିବା ଶ୍ରୀ ପଟ୍ଟନାୟକ ସ୍ଥାନୀୟ ସହିଦନଗର ନିବାସୀ ସନ୍ତୋଷ ପଟ୍ଟନାୟକ ତଥା ରଶ୍ମି ପଟ୍ଟନାୟକଙ୍କର ଏକମାତ୍ର ପୁତ୍ର ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe