ସାଇବର ଠକଙ୍କ ନିଶାଣରେ ଓଡ଼ିଶା: ଇଲେକ୍‌ଟ୍ରିକ୍ ଗାଡ଼ି ଡିଲରସିପ୍ ନାଁରେ ଲୁଟୁଛନ୍ତି, ଷ୍ଟିଲ୍ କମ୍ପାନି ଜିଏମ୍‌ଙ୍କୁ ୪୦ ଲକ୍ଷର ଚୂନ ଲଗାଇଲେ

Advertisment

ସାଇବର୍ ଠକଙ୍କ ପୂଜା ଅଫର ନକଲି ଆପ୍‌ରେ ଲୁଟିନେଲେ ୬୦ ହଜାର, ଓଲା ଡିଲରସିପ୍ ନାଁରେ ନେଇଗଲେ ୧୯ ଲକ୍ଷ

ସାଇବର୍ ଠକଙ୍କ ପୂଜା ଅଫର ନକଲି ଆପ୍‌ରେ ଲୁଟିନେଲେ ୬୦ ହଜାର, ଓଲା ଡିଲରସିପ୍ ନାଁରେ ନେଇଗଲେ ୧୯ ଲକ୍ଷ

ସାଇବର୍‌ ଠକ ଦୁଇ ଭାଇଙ୍କ କାରନାମା: ଦେଶରୁ ଲୁଟିଲେଣି ହଜାରେ କୋଟି ଟଙ୍କା

ଭୁବନେଶ୍ବର: ସାରା ଦେଶରେ ଓଡ଼ିଶା ଏବେ ସାଇବର ଠକଙ୍କ ନିଶାଣରେ। ରାଜ୍ୟରେ ପ୍ରତିଦିନ ନୂଆନୂଆ କୌଶଳ ବ୍ୟବହାର କରି କୋଟିକୋଟି ଟଙ୍କା ଲୁଟି ଚାଲିଛନ୍ତି ଠକ। ଏବେ ଇଲେକ୍ଟ୍ରିକ୍ ଗାଡ଼ି ଡିଲରସିପ୍‌ର ଚାହିଦା ବଢ଼ୁଥିବାରୁ ଏହାକୁ ଅସ୍ତ୍ର କରିଛନ୍ତି। ରାଜ୍ୟର ଏକ ପ୍ରମୁଖ ଷ୍ଟିଲ୍ କାରଖାନା ଜିଏମ୍‌ଙ୍କଠାରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଠକିନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ କଟକ ସାଇବର ଥାନାରେ ମାମଲା ରୁଜୁ ହୋଇଛି। ସେହିପରି ଓଲା ଡିଲରସିପ୍ ନାଁରେ ଜଣେ ବ୍ୟବସାୟୀଙ୍କ ଠାରୁ ସାଇବର ଠକ ପ୍ରାୟ ୧୯ ଲକ୍ଷ ଟଙ୍କା ଠକିନେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି।

ମିଳିଥିବା ସୂଚନା ଅନୁସାରେ, ଯାଜପୁରର ଏକ ଷ୍ଟିଲ୍ କମ୍ପାନିର ଜିଏମ୍(ମେକାନିକାଲ) ଭାବେ କାର୍ଯ୍ୟରତ ଅଛନ୍ତି ସୁକାନ୍ତ ପ୍ରସନ୍ନ ଦାସ। ଆଥେର ଇଲେକ୍‌ଟ୍ରିକ୍ ସ୍କୁଟର ଡିଲରସିପ୍ ନେବା ଲାଗି ଗତ ଜୁନ୍ ୨୮ ତାରିଖରେ ସେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଆବେଦନ କରିବାର ଗୋଟିଏ ଦିନ ପରେ ସେହି ସଂସ୍ଥାର ଇ-ମେଲ୍‌ ଯୋଗେ ଶ୍ରୀ ଦାସଙ୍କ ପାଖକୁ ମେଲ୍ ଆସିଥିଲା। ଡିଲରସିପ୍ ପାଇଁ ଅନୁମତି ମିଳିଥିବା ଇ-ମେଲ୍‌ରେ ଉଲ୍ଲେଖ କରା ଯାଇଥିଲା। ତେବେ ରେଜିଷ୍ଟ୍ରେସନ, ଏନ୍ଓସି, ଲାଇସେନ୍ସ, ଅଗ୍ରୀମ ଅର୍ଥ ବାବଦରେ ଟଙ୍କା ଦେବାକୁ ପଡ଼ିବ ବୋଲି ସେଥିରେ କୁହାଯାଇଥିଲା। ଡିଲରସିପ୍ ହୋଇ ଯାଇଥିବା ଜାଣିବା ପରେ ଶ୍ରୀ ଦାସ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ୭୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସର୍ତ୍ତାବଳି ଅନୁସାରେ, ରେଜିଷ୍ଟ୍ରେସନ ଫି’ ବାବଦରେ ୧ ଲକ୍ଷ ୩୫ ହଜାର ଟଙ୍କା, ଏନ୍ଓସି ବାବଦରେ ୫ ଲକ୍ଷ ୨୫ ହଜାର ଟଙ୍କା, ଲାଇସେନ୍ସ ବାବଦରେ ୯ ଲକ୍ଷ ୧୫ ହଜାର ଟଙ୍କା, ଅଗ୍ରୀମ ବାବଦରେ ନଗଦ ୧୦ ଲକ୍ଷ ଟଙ୍କା, ଗାଡ଼ି ବାବଦରେ ୭ଲକ୍ଷ ୯୬ ହଜାର ଟଙ୍କା, ଚୁକ୍ତି ବାବଦରେ ୬ ଲକ୍ଷ ୭୫ ହଜାର ଟଙ୍କା ଏମିତି ବିଭିନ୍ନ ପର୍ଯ୍ୟାୟରେ ତାଙ୍କଠାରୁ ୪୦ ଲକ୍ଷ ୪୭ ହଜାର ଟଙ୍କା ନେଇ ଯାଇଥିଲା ସାଇବର ଠକ।

ଆରମ୍ଭରୁ ଯେଉଁ ଦୁଇ ଜଣ ତାଙ୍କୁ ଯୋଗାଯୋଗ କରିଥିଲେ; ସେମାନେ ନିଜକୁ କମ୍ପାନିର ସିଆରଏମ୍ (ସେଲସ୍) ଅଙ୍କିତ ଚୌଧୁରୀ ଓ ସିଜେଏମ୍ ନିଳୟ ଚନ୍ଦ୍ର ବୋଲି ପରିଚୟ ଦେଇଥିଲେ। କିନ୍ତୁ ଟଙ୍କା ନେବା ପରେ ସେପଟୁ ଆଉ କୌଣସି ଉତ୍ତର ଆସିଲା ନାହିଁ। ଯେଉଁ ନମ୍ବରରୁ ଫୋନ୍ ଆସିଥିଲା ତାହା ବନ୍ଦ ହୋଇ ଯାଇଥିଲା। ଏତେ ବଡ଼ ଠକେଇର ଶିକାର ହୋଇଥିବା ଜାଣିବା ପରେ ଶ୍ରୀ ଦାସଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ତେବେ ଏହା ବୁଝିଲା ବେଳକୁ ଅନେକ ଡେରି ହୋଇଯାଇଥିଲା। ଏ ନେଇ ସେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ କରିବ‌‌ା ପରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଠକେଇ ଟଙ୍କା ମୁମ୍ବାଇର ଏକ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏ ସମ୍ପର୍କରେ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛି।

ଷ୍ଟିଲ୍ କମ୍ପାନି ଜିଏମ୍‌ଙ୍କୁ ୪୦ ଲକ୍ଷର ଚୂନ ଲଗାଇଲେ

ମୁମ୍ବାଇର ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା

କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମାମଲା

publive-image The Cyber Patch

ସାଇବର୍ ଠକଙ୍କ ପୂଜା ଅଫର, ନକଲି ଆପ୍‌ରେ ଲୁଟିନେଲେ ୬୦ ହଜାର

ଚନ୍ଦ୍ରଶେଖରପୁର: ଲୋକଙ୍କୁ ଠକିବା ପାଇଁ ଏବେ ସାଇବର୍‌ ଠକ ନୂଆ ଜାଲ ବିଛାଇଛନ୍ତି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଅନ୍‌ଲାଇନ୍‌ ସପିଂରେ ଆକର୍ଷଣୀୟ ରିହାତି, ପୁରସ୍କାରର ଲୋଭ ଦେଖାଇ ଠକୁଛନ୍ତି। ଏଥିପାଇଁ ସେମାନେ କିଛି ନକଲି ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରିଛନ୍ତି। ଏମିତି ଲୋଭ ଦେଖାଇ ବହୁ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିବା ପରେ ଆପ୍‌ଟିକୁ ବନ୍ଦ କରିଦେଉଛନ୍ତି। ଏପରି ଠକାମିର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର ଜଗନ୍ନାଥ ପ୍ରଧାନ। ସାଇବର୍‌ ଠକ ତାଙ୍କଠାରୁ ପାଖାପାଖି ୬୦ ହଜାର ଟଙ୍କା ଠକି ନେଇଛି। ଏ ସଂପର୍କରେ ଆଜି ସେ ଚନ୍ଦ୍ରଶେଖରପୁର ଥାନା‌ରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କୁ ସାଇବର୍‌ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଛି। ଜଗନ୍ନାଥଙ୍କ ଅଭିଯୋଗ ଅନୁଯାୟୀ, ଅନ୍‌ଲାଇନ୍‌ରେ ସେ ଏକ ଡିଜିଟାଲ ବିଜ୍ଞାପନ ଦେଖିଥିଲେ। ସେଥିରେ ନାମୀଦାମୀ କମ୍ପାନିର ୱାସିଂ ମେସିନ୍‌, ଏଲ୍‌ଇଡି ଟିଭି, ଗ୍ରାଇଣ୍ଡର୍‌ ଓ ଅନ୍ୟାନ୍ୟ ଘରୋଇ ଇଲେ‌କ୍ଟ୍ରୋନିକ୍ସ ଜିନିଷ ଶସ୍ତାରେ ମିଳୁଥିବା ଦର୍ଶାଯାଇଥିଲା। ପାର୍ବଣ ପାଇଁ ଏବେ ଏହି ଅଫର୍‌ ଆରମ୍ଭ ହୋଇଛି ଏବଂ ସୀମିତ ସମୟ ପାଇଁ ଏହା ଉପଲବ୍ଧ ହେବ। ଏହା ଦେଖି ଜଗନ୍ନାଥ ଆଗପଛ ବିଚାର ନକରି ସେହି ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ସହ ଏଲ୍‌ଇଡି ଟିଭି, ୱାସିଂ ମେସିନ୍‌ ଆଦି କିଣିବା ପାଇଁ ଟଙ୍କା ପଇଠ କରିଦେଇଥିଲେ। ଗତ ୭୨ ଘଣ୍ଟା ମଧ୍ୟରେ ସେ ପାଖାପାଖି ୬୦ ହଜାର ଟଙ୍କା ପଇଠ କରିଦେଇଥିଲେ। କିନ୍ତୁ ଏନେଇ ତାଙ୍କ ମୋବାଇଲ୍‌କୁ କୌଣସି ମେସେଜ୍‌ ନ ଆସିବାରୁ ତାଙ୍କର ସନ୍ଦେହ ହୋଇଥିଲା। ଆପ୍‌ରେ ଦିଆଯାଇଥିବା ହେଲ୍ପ-ଲାଇନ୍‌ ନମ୍ବରରେ ଯୋଗାଯୋଗ କରିବାରୁ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ଓଲା ଡିଲରସିପ୍ ନାଁରେ ନେଇଗଲେ ୧୯ ଲକ୍ଷ, ମଞ୍ଚେଶ୍ବର ଥାନାରେ ମାମଲା ରୁଜୁ, ଆନ୍ଧ୍ରର ଏକ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା
ଭୁବନେଶ୍ବର: ଗାଡ଼ି ଡିଲପସିପ୍ ନାଁରେ ରାଜଧାନୀରେ ଆଉ ଏକ ଠକେଇ ଘଟଣା ସାମ୍ନାକୁ ଆସିଛି। ଓଲା ଡିଲରସିପ୍ ଦେବ କହି ଜଣେ ବ୍ୟବସାୟୀଙ୍କ ଠାରୁ ସାଇବର ଠକ ପ୍ରାୟ ୧୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଛନ୍ତି ସପ୍ତସତୀ ଅଞ୍ଚଳର ପ୍ରଭୁଦତ୍ତ ପ୍ରଧାନ। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଓଲା ଡିଲରସିପ୍ ପାଇବା ଲାଗି ‌ପ୍ରଭୁଦତ୍ତ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ତାଙ୍କ ପାଖକୁ ସମ୍ପୃକ୍ତ ଠକ ସଂସ୍ଥା ପକ୍ଷରୁ ଗତ ୧୦ ତାରିଖରେ ଯୋଗାଯୋଗ କରାଯାଇଥିଲା। ଆଉ ଠକ ଜଣକ ତାଙ୍କ ମନରେ ବିଶ୍ବାସ ଜନ୍ମାଇବା ପରେ ସର୍ତ୍ତାବଳି କଥା କହି ବିଭିନ୍ନ ପର୍ଯ୍ୟାୟରେ ପାଖାପାଖି ୧୯ ଲକ୍ଷ ଟଙ୍କା ଠକି ନେଇଥିଲା। ପୁଲିସ ତଦନ୍ତ କରିବା ପରେ ଜାଣିବାକୁ ପାଇଛି ଆନ୍ଧ୍ରପ୍ରଦେଶର ଏକ ସ୍ଥାନୀୟ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଛି। ଏ ସମ୍ପର୍କରେ ତଦନ୍ତ ଲାଗି ପୁଲିସ ସାଇବର ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନେଇଛି।

ସତର୍କ କରାଇଲେ ସାଇବର ବିଶେଷଜ୍ଞ

ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ବଜାରରେ ଏବେ ଇଲେକ୍‌ଟ୍ରିକ୍ ଗାଡ଼ିର ଚାହିଦା ବଢ଼ୁଥିବାରୁ ବିଭିନ୍ନ ସ୍ଥାନରେ ଶୋ’ରୁମ୍ ଖୋଲାଯାଉଛି। ଏପରିକି ବ୍ୟବସାୟୀ ଡିଲରସିପ୍ ନେଉଛନ୍ତି। ତେଣୁ ସାଇବର ଠକ ଏହାକୁ ମାଧ୍ୟମ କରି ଲୋକଙ୍କୁ ଫାଶରେ ପକାଉଛନ୍ତି ଏବଂ ଲକ୍ଷଲକ୍ଷ ଟଙ୍କା ଠକି ନେଉଛନ୍ତି। ତେଣୁ ଅନ୍‌ଲାଇନ୍‌ରେ କୌଣସି ସଂସ୍ଥା ବିଷୟରେ ଖୋଜିବା ସମୟରେ କିମ୍ବା ଯୋଗାଯୋଗ କରିବା ସମୟରେ ଅଧିକ ସତର୍କ ରହିବାକୁ ପଡ଼ିବ। ଅନ୍‌ଲାଇନ୍‌ରେ ଦିଆଯାଉଥିବା ଫୋନ୍ ନମ୍ବର, ମେଲ୍ ଆଇଡି କିମ୍ବା ଓ୍ଵେବସାଇଟ୍ ଠିକ୍ ଅଛି ନା ନାହିଁ ତାହାକୁ ତର୍ଜମା କରିବା ଜରୁରୀ। କାହାକୁ ହଠାତ୍ ବିଶ୍ବାସ ନ କରିବା ଭଲ। ସତର୍କ ରହିଲେ ହିଁ ଏଭଳି ଠକେଇରୁ ରକ୍ଷା ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe