ଓଡ଼ିଶା ପର୍ଯ୍ୟଟନ ନୀତି ଉନ୍ମୋଚିତ

Advertisment

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ଓଡ଼ିଶା ପର୍ଯ୍ୟଟନ ନୀତି ଉନ୍ମୋଚିତ

ଭୁବନେଶ୍ୱର: ମେକ୍-ଇନ୍-ଓଡ଼ିଶା କନ୍‌କ୍ଲେଭ୍‌ରେ ‘ପର୍ଯ୍ୟଟନ ଶିଳ୍ପ’ ଉପରେ ଆୟୋଜିତ ଅଧିବେଶନରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗଦେଇ ‘ଓଡ଼ିଶା ପର୍ଯ୍ୟଟନ ନୀତି-୨୨’କୁ ଉନ୍ମୋଚନ କରିଛନ୍ତି। ରାଜ୍ୟର ପର୍ଯ୍ୟଟନ ବିକାଶ ଓ ଇକୋଟୁରିଜିମ୍ କ୍ଷେତ୍ରର ବିକାଶ ପାଇଁ ଯଥାକ୍ରମେ ‘ଓଡ଼ିଶା ଟୁରିଜିମ୍‌ ରୋଡ୍‌ମ୍ୟାପ୍‌-୨୦୩୦’ ଓ ‘ଇକୋଟୁରିଜିମ୍‌ ରୋଡ୍‌ମ୍ୟାପ୍‌-୨୦୩୦’ ଉନ୍ମୋଚିତ ହୋଇଥିଲା। ଏ କ୍ଷେତ୍ରରେ ପ୍ରାୟ ୮୫ ନିବେଶକ ୭୮୦୦ କୋଟିରୁ ଅଧିକ ନିବେଶ ପାଇଁ ସମ୍ମତି ଦେଇଛନ୍ତି ବୋଲି ଶ୍ରୀପାତ୍ର ଘୋଷଣା କରିଥିଲେ। ବିଭାଗୀୟ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ପର୍ଯ୍ୟଟନ ନୀତି ଉପରେ ଆଲୋକପାତ କରି କହିଥିଲେ, ପର୍ଯ୍ୟଟନର ବିକାଶ ପାଇଁ ଅନ୍ୟ ରାଜ୍ୟ ତୁଳନା‌ରେ ଓଡ଼ିଶା ସର୍ବାଧିକ ପ୍ରୋତ୍ସାହନ ଦେଉଛି। ଏହି ନୀତିରେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଶିଳ୍ପ ହାରରେ ଜମି ଯୋଗାଇ ଦିଆଯିବ। ନୂତନ ପର୍ଯ୍ୟଟନ ନୀତିରେ ସ୍ୱାସ୍ଥ୍ୟ, ଇକୋ-ଟୁରିଜିମ୍, ଗ୍ରାମୀଣ ଓ କ୍ରୀଡ଼ା ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଛି। କାରାଭାନ୍, କ୍ୟାମ୍ପିଂ, ଡାକ୍ତରୀ ପର୍ଯ୍ୟଟନ, ନଲେଜ୍‌ ପର୍ଯ୍ୟଟନ, ହାଉସ୍‌ବୋଟ୍‌, କ୍ରୁଜ୍ ଇତ୍ୟାଦିକୁ ସ୍ଥାନ ଦିଆଯାଇଛି।

ନିବେଶକଙ୍କୁ ମିଳିବ ୩୦% ରିହାତି

ଅଧିବେଶନରେ ପର୍ଯ୍ୟଟନ ଏବଂ ଆତିଥେୟତା ଶିଳ୍ପ ବିଶେଷଜ୍ଞମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଅଧିବେଶନରେ ‘ଆବାସ ଏବଂ ପର୍ଯ୍ୟଟନ ଭିତ୍ତିଭୂମିର ବୃଦ୍ଧି’ ଉପରେ ଆଉଟଲୁକ୍ ଟ୍ରାଭେଲ୍‌ର ସଂପାଦକ ଅନିନ୍ଦିତା ଗୋସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ଭାରତ ଏବଂ ଦକ୍ଷିଣ ଏସିଆ ଏସିସିଓଆର୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ରୋହିତ ଚୋପ୍ରା, ୱଣ୍ଡର୍ଲା ହଲିଡେଜ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ଚିତ୍ତଲାପିଲ୍‌, ‘ଫିକି’ ପର୍ଯ୍ୟଟନ କମିଟିର ସହ ଅଧ୍ୟକ୍ଷ ଜେ.କେ ମହାନ୍ତି, କଣ୍ଟ୍ରି ହେଡ୍‌ ଇଣ୍ଡିଆ ସବ୍‌-କଣ୍ଟିନେଣ୍ଟ ଆଣ୍ଡ୍‌ ଇଣ୍ଡୋନେସିଆ ବୁକିଂ ଡଟ୍‌ କମ୍‌ର ସନ୍ତୋଷ କୁମାର ଏବଂ ଆଟ୍‌ମୋପ୍ସିୟର୍‌ ହୋଟେଲ୍ସ ଆଣ୍ଡ୍‌ ରିସର୍ଟସ୍‌ର ସୌଭାଗ୍ୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

‘ଓଡ଼ିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ପର୍ଯ୍ୟଟନ ସମ୍ଭାବନାକୁ ଅନଲକ୍ କରିବା’ ଉପରେ ଦ୍ୱିତୀୟ ଅଧିବେଶନରେ ଆଲୋଚନା ହୋଇଥିଲା। ପ୍ରଫେସର ଯୋଗେଶ ଦୁବେଙ୍କ ଅଧ୍ୟକ୍ଷତାରେ ‘ଜଙ୍ଗଲ ଟ୍ରାଭେଲ୍ସ ଇଣ୍ଡିଆ’ର ନିର୍ଦ୍ଦେଶକ ଜାହ୍ନବୀ ଫୋକନ୍‌, ‘ଇକୋସ୍‌ ଏଣ୍ଡ ସିଓଓ-ମେଡେଭିର୍‌’ର ରେଜିନୋ ଲେପ୍‌ଚା, ‘ଭିପି ଅପରେସନ୍ସ କ୍ୟାସିନୋ ଗ୍ରୁପ୍‌ ଅଫ୍‌ ହୋଟେଲ୍ସ’ର ଜର୍ଜ ଯୋଶେଫ, କର୍ଣ୍ଣାଟକ ସରକାରଙ୍କ ‘ଜଙ୍ଗଲ ଲଜ୍ ଏବଂ ରିସର୍ଟସ୍‌’ର ଏଜିଏମ୍‌ ଅନିକେତନ ସି, ‘ଦ ବ୍ଲୁ ଏଣ୍ଡର’ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଗୋପୀନାଥ ପାରାଏଲ୍ ଏବଂ ‘ଇଇଏମ୍‌ଏ’ର ସଭାପତି ସମିତ ଗର୍ଗ ଯୋଗଦେଇ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ତଥା ଆତିଥେୟତା କ୍ଷେତ୍ରର ବିକାଶ ଉପରେ ଓଟିଡିସି ଚେୟାରମ୍ୟାନ୍ ଲେନିନ୍ ମହାନ୍ତି ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଦ୍ୱାରା ନିଆଯାଇଥିବା ସକ୍ରିୟ ରଣନୀତି ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe