ଓଡ଼ିଶା ଟ୍ରେଜେରି ଅମଲା ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ

Advertisment
ଓଡ଼ିଶା ଟ୍ରେଜେରି ଅମଲା ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ବର: ନିଖିଳ ଓଡ଼ିଶା ଟ୍ରେଜେରି ଅମଲା ସଂଘର ୧୧ତମ ରାଜ୍ୟସ୍ତରୀୟ ଦ୍ବିବାର୍ଷିକ ସମ୍ମିଳନୀ ଆଜି ରେଡକ୍ରସ୍‌ ଭବନରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶ୍ରୀକାନ୍ତ ଭୂୟାଁ ସଭାପତିତ୍ବ କରିଥିଲେ। ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, କୋଷାଗାର ସମୂହ ଓ ପରିଦର୍ଶନର ନିର୍ଦେଶକ ଭବାନୀ ପ୍ରସାଦ ନନ୍ଦ, କର୍ମଚାରୀ ନେତା ଦୁର୍ଗାଚରଣ ନାୟକ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର କାର୍ଯ୍ୟକାରୀ ମହାସଚିବ ଶରତ ଚନ୍ଦ୍ର ମଲ୍ଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍ମଚାରୀଙ୍କ ସମସ୍ୟା ନେଇ ସହଯୋଗ ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ଶ୍ରୀକାନ୍ତ ଭୂୟାଁ, ଉପସଭାପତି ସୁଶାନ୍ତ କୁମାର ଦାସ ଓ ସଂପାଦକ ଭବାନୀ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସଂଘର ବିଭିନ୍ନ ସମସ୍ୟା ଯଥା କର୍ମଚାରୀଙ୍କ କ୍ୟାଡର୍‌ ପୁନର୍ଗଠନ, ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର, ପଦୋନ୍ନତି ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ପରେ ଆସନ୍ତା ଦୁଇବର୍ଷ ପାଇଁ ସଂଘର କର୍ମକର୍ତା ନିର୍ବାଚନ ହୋଇଥିଲା। ଏଥିରେ ସମର ରଂଜନ କାନୁନ୍‌ଗୋ ସଭାପତି, ଦେବାଶିଷ ଦାସ, ପ୍ରହ୍ଲାଦ ପ୍ରଧାନ, ବୈଷ୍ଣବ ଜାନି ଓ ବିଜୟିନୀ ମହାନ୍ତି ଉପସଭାପତି, ଶୁଭେନ୍ଦୁ କୁମାର ରାଉତରାୟ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe