ସରିଲା ଓଡ଼ିଶୀ ଓ ଲଘୁ ସଂଗୀତ ସମାରୋହ

Advertisment
ସରିଲା ଓଡ଼ିଶୀ ଓ ଲଘୁ ସଂଗୀତ ସମାରୋହ

ଭୁବନେଶ୍ୱର : ‘ଶୃତି’ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ‘ଓଡ଼ିଶୀ ଓ ଲଘୁ ସଂଗୀତ ସମାରୋହ’ ଉଦ୍‌ଯାପିତ ହୋଇଯାଇଛି। ଏଇ ଝୁମା ଝୁମା ଗୋଲାପି ବେଳାରେ.., ମୁଁ ତ ଥିଲି ଏକୁଟିଆ ବାହାଁରା ପକ୍ଷୀ.., ମୁଁ ପରଦେଶୀ ଚଢ଼େଇ.. ଭଳି ହୃଦୟସ୍ପର୍ଶୀ ଗୀତ ଶୁଣିବାର ଅବକାଶ ଦେଇଥିଲା ଏହି ବିଶେଷ ସଂଗୀତ ଆସର।

ଗୀତଗୁଡ଼ିକୁ ଗାଇ ଶୁଣାଇଥିଲେ ଛନ୍ଦା ମିଶ୍ର, ସଂଜୟ କୁମାର ମିଶ୍ର, ଡ.ସଚ୍ଚିକାନ୍ତ ନାୟକ, ପ୍ରତିଭା ପ୍ରଧାନ, ଚିନ୍ମୟୀ ସାହୁ, ସଂଗୀତାଞ୍ଜଳି ନନ୍ଦ ପ୍ରମୁଖ କଣ୍ଠଶିଳ୍ପୀବୃନ୍ଦ। କାର୍ଯ୍ୟକ୍ରମରେ ଅତିଥି ଭାବେ ନାଲ୍‌କୋ ଭୁବନେଶ୍ୱରର ଜିଏମ୍‌ ଆଡମିନିଷ୍ଟ୍ରେସନ୍‌ ସଞ୍ଜୟ କୁମାର ମିଶ୍ର, ଶତାବ୍ଦୀର କଳାକାରର ସାଧାରଣ ସମ୍ପାଦକ ଧୀରେନ୍ଦ୍ର ନାଥ ମଲ୍ଲିକ, ବିଶିଷ୍ଟ ମର୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୁତିର ସମ୍ପାଦିକା ହରପ୍ରିୟା ସ୍ୱାଇଁ ଏବଂ ଉପସଭାପତି ଡ.ବିଜୟ କୁମାର ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe