ବଂଶୀ ଓ ବେହେଲାର ଯୁଗଳବନ୍ଦୀରେ ଦର୍ଶକ ଆନମନା

Advertisment

ଓଡ଼ିଶୀ ସଙ୍ଗୀତ ମହୋତ୍ସବ-୨୦୨୨ ଉଦ୍‌ଯାପିତ

ଓଡ଼ିଶୀ ସଙ୍ଗୀତ ମହୋତ୍ସବ-୨୦୨୨ ଉଦ୍‌ଯାପିତ

ବଂଶୀ ଓ ବେହେଲାର ଯୁଗଳବନ୍ଦୀରେ ଦର୍ଶକ ଆନମନା

ଭୁବନେଶ୍ବର: ଜୟଦେବ ଭବନରେ ତିନିଦିନ ବ୍ୟାପୀ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଓଡ଼ିଶା ସଙ୍ଗୀତ ମହୋତ୍ସବ-୨୦୨୨ର ଆଜି ଥିଲା ଉଦ୍‌ଯାପନୀ ଉତ୍ସବ। ଆରମ୍ଭରୁ ଶିଳ୍ପୀ ସର୍ବେଶ୍ୱର ବୈଠାରୁ ରାଗ ଦକ୍ଷିଣ ମଧ୍ୟମାଦୀ ଓ ଏକତାଳ ତାଳରେ ପରିବେଷିତ ହୋଇଥିବା ‘ବର ସାରସ ନୟନା ବରଷା ରସ ପ୍ରକଟିଲା ଅନା’, ‘ଦୂତି କହିବୁ ଗୋ ଚିତ୍ତ ଚୋରାଙ୍କୁ’ ଦର୍ଶକଙ୍କୁ ବିଭୋର କରିଥିଲା।

ପରେ ପ୍ରଦୀପ କୁମାର ଦାସ ରାଗ ତ୍ରବେଣୀ ଓ ଏକତାଳ ତାଳରେ ‘ସମୁଦିତ ମୋହନା ମୁଦିତ ମଦନେ ରମଣୀ ରତନେ’ ଗାନ କରିଥିଲେ। ଡ. ସଙ୍ଗୀତା ଗୋସାଇଁ ବାତ୍ସଲ୍ୟ ରସରେ ଓଡ଼ିଶୀ ସଙ୍ଗୀତର ବିଭବକୁ ପରିବେଷଣ କରିଥିଲେ। ପରେ ଅନୁଜା ତାରିଣୀ ମିଶ୍ର ଗୁଜ୍ଜରୀ ତୋଡ଼ି ରାଗ ଓ ଏକତାଳ ତାଳରେ ‘ସଜନୀରେ ସଖୀ’ ଓ ଶେଷରେ ଅଚ୍ୟୁତ ମହାରଣା ରାଗ ଲଳିତ କେଦାର ଓ ଯତି ତାଳରେ ‘କହନା ସଜନୀ ଆଉ’ ପରିବେଷଣ କରିଥିଲେ। ବଂଶୀ ଗୁରୁ ଶ୍ରୀନିବା‌ସ ଶତପଥୀ ଏବଂ ବେହେଲାରେ ଅଗ୍ନିମିତ୍ର ବେହେରାଙ୍କ ଯୁଗଳବନ୍ଦୀ ଦର୍ଶକଙ୍କୁ ବିଭୋର କରିଥିଲା

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶିକା ଦିପ୍ତୀ ରଥ, ଓଡ଼ିଶା ସଙ୍ଗୀତ ନାଟକ ଏକା‌ଡେମିର ସଚିବ ପ୍ରବୋଧ ରଥ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନର ଉପସଭାପତି କ୍ଷୀରୋଧ ପଟ୍ଟନାୟକ, ଗୁରୁ ପଣ୍ଡିତ ରାମହରି ଦାସ, ରଘୁନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଅରକ୍ଷିତ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥବା ବେଳେ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe