ଓଡିଏମ୍‌ ‘ଉତ୍କର୍ଷ ଆୱାର୍ଡ’

Advertisment
ଓଡିଏମ୍‌ ‘ଉତ୍କର୍ଷ ଆୱାର୍ଡ’

ଚନ୍ଦ୍ରଶେଖରପୁର : ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବିଜ୍ଞାନ, ବାଣିଜ୍ୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଓଡିଏମ୍‌ ପବ୍ଲିକ ସ୍କୁଲର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶନିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ପୌରୋହିତ୍ୟ କରିଥିଲେ। ଏଥିରେ ଓୟୁଏଟି କୁଳପତି ଡ. ପୱନ କୁମାର ଅଗ୍ରୱାଲ୍‌ ମୁଖ୍ୟ ଅତିଥି ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଡ. ଜ୍ୟୋତ୍ସ୍ନା ମହାପାତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ନିରନ୍ତର ଚେଷ୍ଟା ଓ ଅଧ୍ୟବସାୟ ଜାରି ରଖିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ବୋଲି କହିଥିଲେ। ଅଧ୍ୟକ୍ଷ ଡ.ମୀନକେତନ ବିଦ୍ୟାଳୟର ଏହି ସଫଳତା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ଅଭିଭାବକମାନଙ୍କ ଉଦ୍ୟମକୁ ପ୍ରଶ˚ସା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଆଲୋକ କୁମାର ଦାଶ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷା ଝିନୁକ୍‌ ଦତ୍ତାରାୟ ସ୍ବାଗତ ଭାଷଣ ଦେଇଥିବା ବେଳେ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ରାଜେଶ ପାଢ଼ୀ ଓ ସ˚ଯୋଜିକା ଲକ୍ଷ୍ମୀବତୀ ଦାସ ପରୀକ୍ଷା ସ˚ପର୍କିତ ତଥ୍ୟ ଉପସ୍ଥାପିତ କରିଥିଲେ। ସୁପ୍ରଭା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe