ଚନ୍ଦ୍ରଶେଖରପୁର: ପଟିଆ ଶିଶୁବିହାରସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ପରିସରରେ ଆଜି କ୍ରାନ୍ତିକାରୀ ଜନନାୟକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଡ. ସତ୍ୟବ୍ରତ ମୀନକେତନ, ମୁଖ୍ୟ ଉପଦେଷ୍ଟା ବି.ଏନ୍. ରାଉତ ନେତାଜୀ ଏବଂ ଶାସ୍ତ୍ରୀଜୀଙ୍କର ତ୍ୟାଗପୁତ ଜୀବନର ରୋମାଞ୍ଚକର ତଥ୍ୟ ଓ ଆତ୍ମ ବଳିଦାନ ବିଷୟରେ ସୂଚନା ଦେଇ ଛାତ୍ରଛାତ୍ରୀଙ୍କୁ ଦେଶ ସେବାରେ ବ୍ରତୀ ହେବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ନିର୍ଦ୍ଦେଶିକା ଇନ୍ଦୁମତି ରାୟ, ମୁଖ୍ୟ ସଂଯୋଜିକା ଝିନୁକ୍ ଦତ୍ତାରାୟ, ରାଜେଶ କୁମାର ପାଢ଼ୀ, ଗୌରୀ ରକ୍ଷିତ୍, ଶଶୀକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us