ଓଡିଏମ୍‌ ଅଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

Advertisment
ଓଡିଏମ୍‌ ଅଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଚେଞ୍ଜ ଇୟୋର ସେଲ୍‌ଫ, ୟୁ କ୍ୟାନ୍‌ ଚେଞ୍ଜ୍‌ ଦ ୱାର୍ଲ୍ଡ’ ଗତ ଜାନୁଆରି ୨୧ରେ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା‌ୟକ ମଧ୍ୟ ପୁସ୍ତକର ଉଚ୍ଚ ପ୍ରଶଂସା କରିବା ସହ ଡ. ମୀନକେତନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉକ୍ତ ପୁସ୍ତକରେ ଯୁବପିଢ଼ିଙ୍କ ପାଇଁ ଅନେକ ମୂଲ୍ୟବାନ ତଥା ଉପାଦେୟ ତଥ୍ୟ ସ୍ଥାନ ପାଇଛି। ପରିବର୍ତନ ହିଁ ସୃଷ୍ଟିର ନିୟମ। ସମାଜ, ଦେଶ ଓ ଜାତିର ପରିବର୍ତନ ପାଇଁ ଯୁବଗୋଷ୍ଠୀ ନିମନ୍ତେ ଅନେକ ଗୁଡ଼ିଏ ପରିବର୍ତନର ସୂତ୍ର ତଥା ସୃଜନାଭିମୁଖୀ ଚିନ୍ତାଧାରା ଉକ୍ତ ପୁସ୍ତକରେ ସ୍ଥାନ ପାଇଛି। ଏହି ପୁସ୍ତକଟି ସମସ୍ତ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସିତ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe