ଓଡିଏମ୍‌ ଗ୍ଲୋବାଲ ସ୍କୁଲରେ ‌ସିବିଏସ୍‌ଇ ଟେନିସ୍‌ ଚାମ୍ପିଅନ୍‌ସିପ୍‌ ପ୍ରତିଯୋଗିତା

Advertisment
ଓଡିଏମ୍‌ ଗ୍ଲୋବାଲ ସ୍କୁଲରେ ‌ସିବିଏସ୍‌ଇ ଟେନିସ୍‌ ଚାମ୍ପିଅନ୍‌ସିପ୍‌ ପ୍ରତିଯୋଗିତା

ଚନ୍ଦ୍ରଶେଖରପୁର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ତିନିଦିନିଆ ଟେନିସ୍ ଚାମ୍ପିଅନ୍‌ସିପ୍‌ କ୍ରୀଡ଼ା ପ୍ରତିଯୋଗିତା ଓଡିଏମ୍‌ ଗ୍ଲୋବାଲ୍‌ ସ୍କୁଲ ପରିସରରେ ଉଦ୍‌ଘାଟିତ ହୋଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ କିସ୍‌ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଟେନିସ୍‌ରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ କୃତିତ୍ବ ଅର୍ଜନ କରିଥିବା ଖେଳାଳିଙ୍କ ଉଦାହରଣ ଦେଇ ଭବିଷ୍ୟତରେ ଦକ୍ଷ କ୍ରୀଡ଼ାବିତ୍‌ ହେବାକୁ ସେ ପରାମର୍ଶ ଦେଇଥିଲେ।

ସିବିଏସ୍‌ଇ ନିରୀକ୍ଷକ ସୌରଭ ଲାହିରି ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍‌ମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ଏହି ସମାରୋହରେ ସିବିଏସ୍‌ଇର ଗୌହାଟୀ ଓ ଭୁବନେଶ୍ବର ସମ୍ଭାଗସ୍ଥିତ ୪ଟି ରାଜ୍ୟ ଯଥା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆସାମର ୮୦ଜଣ ଛାତ୍ରଛାତ୍ରୀ ୧୭ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍‌ ବର୍ଗରେ ଟେନିସ୍‌(ସିଙ୍ଗଲ୍ସ ଓ ଡବଲ୍ସ)ରେ ଭାଗ ନେଇଛନ୍ତି। ଏହି ଅବସରରେ ଓଡିଏମ୍‌ର ବିତ୍ତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱୟନ୍ ସତ୍ୟେନ୍ଦୁ, ଶିକ୍ଷା ନିର୍ଦ୍ଦେଶକ ଆର୍ତ୍ତତ୍ରାଣ ମିଶ୍ର, ଶିକ୍ଷା ଉପଦେଷ୍ଟା ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିଥିଲେ। ଉପ-ପ୍ରାଚାର୍ଯ୍ୟା ଝିନୁକ୍‌ ଦତ୍ତାରୟ, ଓଡିଏମ୍‌ ଗ୍ଲୋବାଲ ସ୍କୁଲର ପ୍ରାଚାର୍ଯ୍ୟା ଶୈଳେନ୍ଦ୍ର କୁମାରୀ ଏହି ସମାରୋହର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe