ଚନ୍ଦ୍ରଶେଖରପୁର: ‘ଏଜୁକେସନ୍ ୱାର୍ଲ୍ଡ ଇଣ୍ଡିଆ ସ୍କୁଲ ରୢାଙ୍କିଙ୍ଗ୍-୨୦୧୮’ ଦ୍ବାରା ପଟିଆସ୍ଥିତ ଓଡିଏମ୍ ପବ୍ଲିକ ସ୍କୁଲକୁ ଡେ-କମ୍-ବୋର୍ଡିଙ୍ଗ୍ ତଥା କୋ-ଏଜୁକେସନ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟସ୍ତରରେ ତୃତୀୟ ଶ୍ରେଷ୍ଠ ସ୍କୁଲ ମାନ୍ୟତା ପ୍ରଦାନ କରାଯାଇଛି। ଏଜୁକେସନ ୱାର୍ଲ୍ଡ ପକ୍ଷରୁ ଅଭିଜ୍ଞ ବିଶେଷଜ୍ଞ କମିଟି ଦ୍ବାରା ଦେଶର ଏକ ହଜାର ସ୍କୁଲକୁ ୧୪ଟି ପାରାମିଟରରେ ସର୍ବେକ୍ଷଣ କରାଯାଇ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଏହି ଉପଲେକ୍ଷ ଓଡିଏମ୍ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନଙ୍କୁ ଗତ ଶନିବାର ଗୁରୁଗାଁଓରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଭଳି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଡ. ମୀନକେତନ ଓ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଏହି ସଫଳତା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମକର୍ତ୍ତା ଓ ସମସ୍ତ ଅଭିଭାବକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us