ଉତ୍ତମ ଚରିତ୍ର ଛାତ୍ରଛାତ୍ରୀଙ୍କ ଧ୍ୟେୟ ହେଉ

Advertisment

ଓଡିଏମ୍‌ର ବାର୍ଷିକ ଉତ୍ସବ ‘ସ୍ପେକ୍ଟ୍ରା-୨୦୧୭-ଅଭିପ୍ରାୟ’

ଓଡିଏମ୍‌ର ବାର୍ଷିକ ଉତ୍ସବ ‘ସ୍ପେକ୍ଟ୍ରା-୨୦୧୭-ଅଭିପ୍ରାୟ’

ଉତ୍ତମ ଚରିତ୍ର ଛାତ୍ରଛାତ୍ରୀଙ୍କ ଧ୍ୟେୟ ହେଉ

ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ୨୯ତମ ବାର୍ଷିକ ଉତ୍ସବ ‘ସ୍ପେକ୍ଟ୍ରା-୨୦୧୭- ଅଭିପ୍ରାୟ’ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ପୂଜ୍ୟପୂଜା ଉତ୍ସବ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଚିନ୍ମୟ ମିଶନ, ଢେଙ୍କାନାଳର ସ୍ୱାମୀ ସର୍ବପ୍ରିୟାନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବାରରେ ମା’ର ସ୍ନେହ ଏବଂ ବାପାର ଅନୁଶାସନ ସହ ଆଧ୍ୟାତ୍ମିକ ଜ୍ଞାନ ଏବଂ ସତ୍‌ ବିଚାର ମାଧ୍ୟମରେ ଉତ୍ତମ ଚରିତ୍ର ଗଠନ ହୋଇ ପାରିବ ବୋଲି ପରାମର୍ଶ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ.ମୀନକେତନ ନିଜ ଭାଷଣରେ ଅବକ୍ଷୟମୁଖୀ ଯୁବ ସମାଜକୁ ପୂଜ୍ୟପୂଜାର ଯର୍ଥାର୍ଥ ମୂଲ୍ୟବୋଧ ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଫଳତା ତଥା ବିଦ୍ୟାଳୟର ବାର୍ଷିକ ବିବରଣୀକୁ ନୂଆ ଶୈଳୀରେ ଓଡିଏମ୍‌ ନ୍ୟୁଜ୍‌ ଟାଇମ୍‌ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଅନୁଷ୍ଠାନର ନିର୍ଦେଶିକା ଇନ୍ଦୁମତୀ ରାୟ, ପରିଚାଳନା କମିଟର ସଭାପତି ଡ.ପି କେ ଦାସ, ଉପସଭାପତି ଡ.ସମୀର ସାମଲ, ଡ.ଜ୍ୟୋତ୍ସ୍ନାରାଣୀ ମହାପାତ୍ର, ପ୍ରଫେସର ଏସି ସାହୁ, ଉପ ନିର୍ଦେଶକ ସ୍ୱୟଂ ସତ୍ୟେନ୍ଦୁ, ରାଜେଶ କୁମାର ପାଢ଼ୀ, ଗୌରୀ ରକ୍ଷିତ, ପ୍ରଫେସର ଆଲୋକ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜିକା ସୁଲତାରାଣୀ ସ୍ୱାଇଁ, ସୁପ୍ରଭା ମହାନ୍ତି ଓ ଡ.ସୁମିତା ବିଶ୍ୱାସ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe