ଓଡିଏମ୍‌ର ୨୯ତମ ପ୍ରତିଷ୍ଠା ଦିବସ : ‘ପିତାମାତାଙ୍କ ସେବା ହିଁ ପ୍ରକୃତ ମାନବ ଧର୍ମ’

Advertisment
ଓଡିଏମ୍‌ର ୨୯ତମ ପ୍ରତିଷ୍ଠା ଦିବସ : ‘ପିତାମାତାଙ୍କ ସେବା ହିଁ ପ୍ରକୃତ ମାନବ ଧର୍ମ’

ଚନ୍ଦ୍ରଶେଖରପୁର : ‘ପିତାମାତା ହିଁ ଜୀବନ୍ତ ଦେବତା’, ସେମାନଙ୍କର ସେବା ହିଁ ପ୍ରକୃତ ମାନବ ଧର୍ମ। ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ୨୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ମହାନ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ନେଇ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ କବି ତଥା ଭୁବନେଶ୍ୱର ଆୟକର ବିଭାଗର କମିସନର୍‌ ଶରତ କୁମାର ଦାଶ (ଆଇଆର୍‌ଏସ୍‌) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଏମ୍‌ର ଗୁଣାତ୍ମକ ଏବଂ ମୂଲ୍ୟବୋଧଭିିତ୍ତିକ ଶିକ୍ଷା ପ୍ରଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଜୀବନରେ ସଫଳତା ହାସଲ କରିବା ସହିତ ଅନୁଷ୍ଠାନର ପ୍ରତିଷ୍ଠାକୁ ଆଗକୁ ନେବାକୁ ଅଧ୍ୟକ୍ଷ ଡ. ମୀନକେତନ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ପରିଚାଳନା କମିଟି ସଭାପତି ପି କେ ଦାସ, ଉପଦେଷ୍ଟା କମିଟି ସଦସ୍ୟ ଅଭିନ୍ନ ଚନ୍ଦ୍ର ସାହୁ, ଉପନିର୍ଦ୍ଦେଶକ ସ୍ୱୟଂ ସତ୍ୟେନ୍ଦୁ, ଉପାଧ୍ୟକ୍ଷ ରାଜେଶ ପାଢ଼ୀ, ଉପାଧ୍ୟକ୍ଷା ଗୌରୀ ରକ୍ଷିତ୍‌, ଏଆଇଏମ୍‌ଏସ୍‌ର ନିର୍ଦ୍ଦେଶକ ଆଲୋକ ଦାଶ, ମୁଖ୍ୟ ସଂଯୋଜିକା ଝିନୁକ୍‌ଦତାରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସାଉଥ୍‌ ଆମେରିକା ବିଶ୍ୱବିଦ୍ୟାଳୟ ତରଫରୁ ଡ. ମୀନକେତନଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନସୂଚକ ‘ଡି.ଲିଟ୍‌’ ଉପାଧି ନିମନ୍ତେ ମୁଖ୍ୟ ଅତିଥି ତାଙ୍କୁ ସମ୍ବର୍ଧିତ କରିଥିଲେ।ଏହି ଅବସରରେ ‘ଭିଜନ ୱିକ୍‌’ ପାଳିତ ହୋଇଯାଇଛି। କୁନି କୁନି ପିଲାଙ୍କ ଦ୍ୱାରା ପିତାମାତାଙ୍କ ଉଦ୍ଦେଶ୍ୟରେ ଏକ ‘କବିତା ଆସର’, ‘ପିତୃ ପ୍ରଶିକ୍ଷଣ କର୍ମଶାଳା’ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉପଲକ୍ଷେ ୨୦୧୬-୧୭ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାରେ ‘ସିଜିପିଏ-୧୦’ ରଖିଥିବା ୫୦ ଜଣ ଛାତ୍ରଛାତ୍ରୀ ଏବଂ ଓଡିଏମ୍‌ ଷ୍ଟାର୍‌ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସନ୍ଧ୍ୟାରାଣୀ ସ୍ୱାଇଁ, ସୁପ୍ରଭା ମହାନ୍ତି, ସୁଲତାରାଣୀ ସାହା ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe