ଓଇଏସ୍‌ ପକ୍ଷରୁ ପ୍ରଦୂଷଣ ନିରାକରଣ ଦିବସ ପାଳନ

Advertisment
ଓଇଏସ୍‌ ପକ୍ଷରୁ ପ୍ରଦୂଷଣ ନିରାକରଣ ଦିବସ ପାଳନ

ଭୁବନେଶ୍ୱର: ଓଇଏସ୍‌ ପକ୍ଷରୁ ପ୍ରଦୂଷଣ ନିରାକରଣ ଦିବସ ପାଳନ ଆଇଆର୍‌ସି ଭିଲେଜ୍‌ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସିଇଟିର ପୂର୍ବତନ ଅଧକ୍ଷ୍ୟ ବି ସୀତାରାମ ପାତ୍ରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମିତିର ସଂପାଦକ ଜୟକୃଷ୍ଣ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୂଷଣ ନିରାକରଣ ବର୍ତ୍ତମାନର ଦୃଶ୍ୟପଟ ହେବା ଆବଶ୍ୟକ ବୋଲି କହିଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୁଶାନ୍ତ କୁମାର ଦାସ ଭିଡିଓ ମାଧ୍ୟମରେ ହିମାଳୟର ପ୍ରକୃତି ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ପରିବେଶ ସମିତି ପକ୍ଷରୁ ଓୟୁଏଟିର ପୂର୍ବତନ ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ାଙ୍କୁ ‘ବିସି ପଣ୍ଡା ପରିବେଶ ଓ ବିଜ୍ଞାନ ସଞ୍ଚାରଣ’ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମିତିର ଉପସଭାପତି ଲାଲା ଏକେ ସିଂହ ସ୍ୱାଗତ ଭାଷଣ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶେଷରେ ବିଜ୍ଞାନ ଲେଖକ ଚିତ୍ତରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe