ବିଦ୍ୟୁତ୍ ବିଲ୍‌ ପଇଠରେ ବିଏମ୍‌ସିର ଅବହେଳା, ୮ଘଣ୍ଟା ଅନ୍ଧାରରେ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ

Advertisment
ବିଦ୍ୟୁତ୍ ବିଲ୍‌ ପଇଠରେ ବିଏମ୍‌ସିର ଅବହେଳା, ୮ଘଣ୍ଟା ଅନ୍ଧାରରେ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ

scroll.in

ପୁରୁଣା ଭୁବନେଶ୍ବର : ବିଏମ୍‌ସି ବିଦ୍ୟୁତ୍ ବିଲ୍‌ ପଇଠ କରିବାରେ ଅବହେଳା କରିବାରୁ ଗତକାଲି ୮ ଘଣ୍ଟା କାଳ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଅନ୍ଧାରରେ ରହିଥିଲା। ବକେୟା ବିଲ୍‌ ବାବଦରେ ୪ ଲକ୍ଷ ୫୭ ହଜାର ଟଙ୍କା ପାଇନଥିବାରୁ ବିଦ୍ୟୁତ୍ ବିଭାଗ ଲାଇନ୍‌ କାଟି ଦେଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ବିଲ୍‌ ପଇଠ କରିବାକୁ ରାଜି ହେବାରୁ ପୁନଃ ବିଦ୍ୟୁତ୍ ସଂଯୋଗ ହୋଇଥିଲା ଏବଂ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାନୁଯାୟୀ ଲିଙ୍ଗରାଜ ମାର୍କେଟ୍‌ର ଉପର ମହଲାରେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଚାଲୁଛି। ୨୦୧୯ ମସିହାରେ ରାଜ୍ୟ ସରକାର ଏକାମ୍ର ବିକାଶ ଯୋଜନା ହାତକୁ ନେବା ପରେ ମନ୍ଦିର କାର୍ଯ୍ୟାଳୟ ଓ ଶ୍ରୀଲିଙ୍ଗରାଜ ଭଜନ ମଣ୍ଡପକୁ ଭାଙ୍ଗି ଦେଇ ମାର୍କେଟ୍‌ ବିଲ୍ଡିଂ ଉପର ମହଲାରେ ଥିବା ଯାତ୍ରୀ ଆଶ୍ରୟସ୍ଥଳକୁ ଏହି କାର୍ଯ୍ୟାଳୟ ସ୍ଥାନାନ୍ତର କରିଦେଇଥିଲେ। ବିଏମ୍‌ସି ସହ ମନ୍ଦିର ପ୍ରଶାସନର ହୋଇଥିବା ଚୁକ୍ତି ଅନୁସାରେ ମାର୍କେଟ୍‌ରୁ ସମୁଦାୟ ଆୟର ୫୦ ପ୍ରତିଶତ ସହ ମେଣ୍ଟେନାନ୍ସ ବାବଦ ଖର୍ଚ୍ଚ ବିଏମ୍‌ସିର। ତେଣୁ ଚୁକ୍ତି ଅନୁସାରେ ବିଦ୍ୟୁତ୍ ବିଲ୍‌ ବିଏମ୍‌ସି ପଇଠ କରିବା କଥା। ମନ୍ଦିର ପ୍ରଶାସନ ଅଭିଯୋଗ ଅନୁସାରେ କାର୍ଯ୍ୟାଳୟ ସ୍ଥାନାନ୍ତର ହେବା ଦିନରୁ ସ୍ବତନ୍ତ୍ର ବିଦ୍ୟୁତ୍ ସଂଯୋଗ ପାଇଁ ଦାବି କରୁଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଏହା କରିନଥିଲା। ଅଥଚ ମାର୍କେଟ୍‌ ବିଲ୍‌ଡିଂ ବସ୍‌ଷ୍ଟାଣ୍ଡରେ ଲାଗିଥିବା ହାଇମାଷ୍ଟ ଲାଇଟ୍, ଚାଲୁଥିବା ଦୁଇଟି ପାଣି ପମ୍ପ, ବୃହତ୍‌ ଏଲ୍‌ଇଡି ଟିଭି, ଭଜନ ମଣ୍ଡପ କାର୍ଯ୍ୟାଳୟ, ଶୌଚାଳୟ ଆଦିର ସମସ୍ତ ବିଲ୍‌ ଏକାଠି କରି ବକେୟା ଦେୟ ୪ଲକ୍ଷ ୫୭ ହଜାର ବୋଲି ଦାବି କଲା ଏବଂ ଟଙ୍କା ନପାଇ ବିଦ୍ୟୁତ୍ ସଂଯୋଗ କାଟି ଦେଲା। ତେବେ ଆଜି ପ୍ରକୃତ ଘଟଣା ଜଣାପଡ଼ିଥିଲା। ଜିଲ୍ଲାପାଳଙ୍କ ସହ ବିଏମ୍‌ସି କମିସନରଙ୍କ ଆଲୋଚନା ହେବା ପରେ ବିଏମ୍‌ସି ବିଲ୍‌ ପଇଠ କରିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଲା। ୧୦ ଦିନ ଭିତରେ ବିଲ୍‌ ପଇଠ ହେବ ବୋଲି ପ୍ରତିଶ୍ରୁତି ପାଇବା ପରେ ପୁଣି ବିଦ୍ୟୁତ୍‌ ସଂଯୋଗ ହେଲା। ଏଣିକି ମନ୍ଦିର କାର୍ଯ୍ୟାଳୟରେ ସ୍ବତନ୍ତ୍ର ମିଟର ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe