ବିଏମ୍‌ସିରେ ଏବେ ବି ଚାଲିଛି ଅଫିସରରାଜ୍‌

ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକରେ ଅଭାବନୀୟ ପରିସ୍ଥିତି

ଦେଲେନି ୫୬ କୋଟି, ଗଣିବେ ୭୦ କୋଟି

ଭୁବନେଶ୍ୱର: ଅଫିସରରାଜ୍‌କୁ ବିଏମ୍‌ସି ବାରମ୍ବାର ନିନ୍ଦିତ ହୋଇଛି। ପୂର୍ବରୁ ତିନିବର୍ଷ ଧରି ନିର୍ବାଚିତ ଲୋକପ୍ରତିନିଧି ନଥିବାରୁ ଅଫିସରମାନେ ରାଜ୍‌ ଚଳାଇଥିଲେ। ହେଲେ ଏବେ ଲୋକପ୍ରତିନିଧି କାର୍ଯ୍ୟଭାର ନେଇ ସାରିଥିଲେ ମଧ୍ୟ ଅଫିସରଙ୍କର ଅଭ୍ୟାସ ଯାଇନି। ଆଜି ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଷ୍ଟାବ୍ଲିସ୍‌ମେଣ୍ଟ ଉପବିଭାଗ‌ ଦାୟିତ୍ବରେ ଥିବା ଡେପୁଟି କମିସନର ଗାୟତ୍ରୀ ସାମନ୍ତରାୟ ଢେର୍‌ ବିଳମ୍ବରେ ବୈଠକକୁ ଆସିଥିଲେ।

ଯାହାକୁ ନେଇ ସଦସ୍ୟଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଅଫିସରମାନେ ଷ୍ଟାଣ୍ଡିଂ କମିଟିକୁ ସମ୍ମାନ ଦେଉ ନାହାନ୍ତି, ଖାତିର କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରି ହୋ ହଲ୍ଲା କରିଥିଲେ। କଥା ମେୟରଙ୍କ ପର୍ଯ୍ୟନ୍ତ ଯାଇଥିଲା। ହେଲେ କିଛି ଲାଭ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe