ଭୁବନେଶ୍ବର: ଆଜି ଲୋକସେବା ଭବନର ସବୁ ବିଭାଗର କର୍ମଚାରୀମାନେ ଅଫିସ୍ ଆସିଛନ୍ତି। ଏଥିପାଇଁ ସକାଳେ ଲୋକସେବା ଭବନର ଫାଟକ ସମ୍ମୁଖରେ ଭିଡ଼ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ରକ୍ଷା ସହିତ ସୁରକ୍ଷା କର୍ମୀମାନେ କର୍ମଚାରୀମାନଙ୍କ ପରିଚୟ ପତ୍ର ତନଖି କରି ଭିତରକୁ ଛାଡ଼ିଥିଲେ।
କୋଭିଡ୍ ପାଇଁ ପୂର୍ବରୁ କେବଳ ୧୧ଟି ଅତିଜରୁରୀ ବିଭାଗ ଓ ୧୩ଟି ଆଂଶିକ ଜରୁରୀ ବିଭାଗର କର୍ମଚାରୀ ଅଫିସ ଆସୁଥିଲେ। କିନ୍ତୁ ସୋମବାରଠାରୁ ସମସ୍ତ ବିଭାଗ କାର୍ଯ୍ୟ କରିବ ବୋଲି ଗତ ୧୭ ତାରିଖରେ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ସମସ୍ତ ବିଭାଗର ଗ୍ରୁପ୍-ଏ ବର୍ଗର ଅଧିକାରୀ ନିୟମିତ ଅଫିସ ଆସିବା ସହ ଗ୍ରୁପ୍ ବି, ସି ଓ ଡି ବର୍ଗର ଅଧିକାରୀମାନଙ୍କ ପାଇଁ ରୋଷ୍ଟର ବ୍ୟବସ୍ଥା କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଅତି ଜରୁରୀ ବିଭାଗରେ ଏସବୁ ବର୍ଗର ଅଧିକାରୀ ୫୦% ଏବଂ ଆଂଶିକ ଜରୁରୀ ବିଭାଗରେ ୩୩% ଅଧିକାରୀ ଅଫିସରେ ରହିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us