ଓଏଫ୍‌ଏସ୍‌ ପରୀକ୍ଷା ଫଳ ପ୍ରକାଶ: ଆପ୍ଟି ପ୍ଲସର ମନସ୍ମିତା ଦ୍ବିତୀୟ

ଓଏଫ୍‌ଏସ୍‌ ପରୀକ୍ଷା ଫଳ ପ୍ରକାଶ: ଆପ୍ଟି ପ୍ଲସର ମନସ୍ମିତା ଦ୍ବିତୀୟ

ଭୁବନେଶ୍ବର : ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବନ ସେବା(ଓଏଫ୍‌ଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। କୋଭିଡ୍‌ ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ହୋଇଥିଲେ ମଧ୍ୟ ଖାଲି ପଡ଼ିଥିବା ସମସ୍ତ ୬୭ଟି ପଦବୀକୁ ପୂରଣ କରାଯାଇଛି। ଅଣସଂରକ୍ଷିତ ୩୬ଟି ପଦରୁ ୧୨ ମହିଳା, ସାମାଜିକ ଏବଂ ଆର୍ଥିକ ଅନଗ୍ରସର ବର୍ଗର ୧୬ ପଦରୁ ୪ ମହିଳା, ଅନୁସୂଚିତ ଜାତି ବର୍ଗର ୬ ପଦରୁ ଜଣେ ମହିଳା, ଅନୁସୂଚିତ ଜନଜାତି ବର୍ଗର ୯ ପଦ ପୂରଣ କରାଯାଇଛି। ମହିଳା ପ୍ରାର୍ଥୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଆୟୁଷୀ ପତି ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ‘ଆପ୍ଟି ପ୍ଲସ୍‌’ର ଛାତ୍ରୀ ମନସ୍ମିତା ମହାରଣା ରହିଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୬ ଜଣ ମହିଳା ସ୍ଥାନ ପାଇଛନ୍ତି।

ଖୋର୍ଧା ଜିଲ୍ଲା ଗଡ଼ମାଣତି ଗ୍ରାମର ବସନ୍ତ କୁମାର ମହାରଣା ଓ ତପସ୍ମିନୀ ମହାରଣାଙ୍କ ଝିଅ ମନସ୍ମିତା କହିଛନ୍ତି ଯେ ପ୍ରଶାସନିକ ସେବାରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରହିଛି। ୨୦୧୧ରେ କୃଷି ବିଜ୍ଞାନରେ ସ୍ନାତକ ଶିକ୍ଷା‌ ଗ୍ରହଣ କରିବା ପରେ ଓୟୁଏଟିରେ ସ୍ନାତକୋତ୍ତର କରିଥିଲି। ୨୦୧୭ଠାରୁ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଆଇଏଏସ୍‌, ଓଏଏସ୍‌ ସମେତ ଓଏଫ୍‌ଏସ୍‌ ମଧ୍ୟ ଦେଇଥିଲି। ଓଏଫ୍‌ଏସ୍‌ରେ ଦ୍ବିତୀୟ ହେବି ବୋଲି ଭାବି ନ ଥିଲି। ଚାକିରିରେ ଯୋଗଦେବା ପରେ ଜଙ୍ଗଲରେ ଥିବା ସମସ୍ୟାର ସମାଧାନ କରିବା ଦିଗରେ କାର୍ଯ୍ୟ କରିବି। ଏଥର ଓଏଏସ୍‌ ମେନ୍‌ରେ କୃତକାର୍ଯ୍ୟ ହୋଇ ସାକ୍ଷାତକାର ପରୀକ୍ଷା ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ଏଭଳି ଖବର ପାଇ ବହୁତ ଖୁସି। ୨୦୧୭ରୁ ‘ଆପ୍ଟି ପ୍ଲସ’ ସହ ଜଡ଼ିତ ହୋଇ ରହିଛି। ଏଠାକାର ପାଠପଢ଼‌ା ବେଶ ଉଚ୍ଚକୋଟୀର। ଆପ୍ଟି ପ୍ଲସ ନିର୍ଦେଶକ ସୁସିଜିତ୍‌ ସାହୁ କହିଛନ୍ତି ଯେ ପିଲାମାନଙ୍କୁ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତ କରୁଛୁ। କ୍ଲାସରୁମ୍‌ କୋଚିଂଠାରୁ ଆରମ୍ଭ କରି ଲର୍ଣ୍ଣିଂ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ ପର୍ଯ୍ୟନ୍ତ, ସବୁଥିରେ ପ୍ରାଥମିକତା ଦିଆଯାଉଛି। ପାଠ୍ୟଉପକରଣ, ଅତ୍ୟାଧୁନିକ ଲାଇବ୍ରେରି, ଅଲ୍‌ ଇଣ୍ଡିଆ ଟେଷ୍ଟ ସିରିଜ୍‌ ଆମ ଶିକ୍ଷାନୁଷ୍ଠାନରେ ଯୋଗାଇ ଦିଆଯାଉଛି। ଓଡ଼ିଶାର ଛାତ୍ରଛାତ୍ରୀ ଯେପରି ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଭଲ କରିବେ ତାହା ଆପ୍ଟି ପ୍ଲସର ମୂଳ ଲକ୍ଷ୍ୟ। ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe