ଓଜେଏଲ୍‌ ଗ୍ରୁପ୍‌ ପକ୍ଷରୁ ଯାତ୍ରା କଳାକାର ସମ୍ମାନ ଉତ୍ସବ

Advertisment

ଅନନ୍ତ ଓଝାଙ୍କୁ ମରଣୋତ୍ତର ଜୀବନବ୍ୟାପୀ ସାଧନା ସମ୍ମାନ

ଅନନ୍ତ ଓଝାଙ୍କୁ ମରଣୋତ୍ତର ଜୀବନବ୍ୟାପୀ ସାଧନା ସମ୍ମାନ

ଓଜେଏଲ୍‌ ଗ୍ରୁପ୍‌ ପକ୍ଷରୁ ଯାତ୍ରା କଳାକାର ସମ୍ମାନ ଉତ୍ସବ

ଭୁବନେଶ୍ୱର : ଓଡ଼ିଆ ଯାତ୍ରା ଲଭର୍ସ ଗ୍ରୁପ୍‌(ଓଜେଏଲ୍‌)ର ବାର୍ଷିକ ଉତ୍ସବ ଓ ଯାତ୍ରା କଳାକାର ସମ୍ମାନ ପ୍ରଦାନ ଉତ୍ସବ ହୋଟେଲ ଶୀତଲଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅଭିନେତା ସୋମେଶ ମହାନ୍ତି, କଳାକାର କଲ୍ୟାଣ ସମିତି ସମ୍ପାଦକ ପ୍ରଣୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନାଟ୍ୟକାର ସ୍ୱର୍ଗତ ଅନନ୍ତ ଓଝାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ଵାର୍ଡ ପ୍ରଦାନ କରାଯାଇଥିଲା। ସ୍ୱର୍ଗତ ଓଝାଙ୍କ ଭାଇ ଶାନ୍ତନୁ ଓଝା ଓ ଝିଅ ଅଙ୍କିତା ଓଝା ଏହି ସମ୍ମାନ ଗ୍ରହଣ କରିଥିଲେ। ବାପି ପଣ୍ଡା, ରତିକାନ୍ତ ପରିଡ଼ା ଶ୍ରେଷ୍ଠ ଅଭିନେତା, ନମିତା ଭୂୟାଁ, ସସ୍ମିତା ମହାପାତ୍ର ଶ୍ରେଷ୍ଠ ଅଭିନେତ୍ରୀ, କାହ୍ନା ସ୍ୱାଇଁ ଶ୍ରେଷ୍ଠ ଖଳନାୟକ, ମିନୁ ମହାପାତ୍ର ଶ୍ରେଷ୍ଠ ଖଳନାୟିକା, ତାପସ ସ୍ୱାଇଁ ଶ୍ରେଷ୍ଠ ନିର୍ଦେଶକ ଓ ବିକାଶ ଶୁକ୍ଳା ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ସମ୍ମାନ ପାଇଥିଲେ। ଅନୁଷ୍ଠାନର ସଭାପତି ରାଜନ୍ଦ୍ର ରାଉତ, ସମ୍ପାଦକ ସଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe