ଜଳବନ୍ଦିରୁ ମୁକ୍ତି ପାଇବ ପୁରୁଣା ଭୁବନେଶ୍ୱର: ବାବୁ ସିଂହ

ଜଳବନ୍ଦିରୁ ମୁକ୍ତି ପାଇବ ପୁରୁଣା ଭୁବନେଶ୍ୱର: ବାବୁ ସିଂହ

ଭୁବନେଶ୍ୱର: ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ କ୍ଷେତ୍ର ହେଉଛି ପୁରୁଣା ଭୁବନେଶ୍ୱର ଅଞ୍ଚଳ। ଏଠାକୁ ଦେଶ ବିଦେଶରୁ ପ୍ରତି ଦିନ ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି ଦର୍ଶନ କରିବାକୁ। ଏକାମ୍ର ନିର୍ବାଚନମଣ୍ଡଳୀରେ ଲୋକେ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଆଜି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂହ ପଦଯାତ୍ରା କରିବା ସମୟରେ ଏଭଳି ଅଭିଯୋଗ ଆଣିଛନ୍ତି। ଶ୍ରୀ ସିଂହଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଶାଳ ପଦଯାତ୍ରାରେ ଯାଇ ବିଜେପିକୁ ଭୋଟ ଦେଇ ଜିତିବାକୁ ନିବେଦନ କରିଥିଲେ। ଏହି ଅବସରରେ ବିଜେପି ନେତା ରଶ୍ମି ମହାପାତ୍ର, ସ୍ବାଗତ ମହାପାତ୍ରଙ୍କ ସହ ସମସ୍ତ ଦଳୀୟ ନେତୃବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀ ସିଂହ ଆହୁରି କହିଛନ୍ତି, ଦୀର୍ଘ ଦିନର କଳୁଷିତ ଶାସନ କାଳରେ ସବୁ କ୍ଷେତ୍ରରେ ପୁରୁଣା ଭୁବନେଶ୍ୱର ଅବହେଳିତ ହୋଇ ରହିଛି। ବର୍ଷା ଅସରାଏ ହେଲେ ଏଠି କୃତ୍ରିମ ବନ୍ୟା ହେଉଛି। ଡ୍ରେନେଜ୍ କିମ୍ବା ପିଇବା ପାଣିର ବ୍ୟବସ୍ଥା ନାହିଁ। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏ ଅଞ୍ଚଳରେ ବର୍ଷାଦିନେ ଡେଙ୍ଗୁ ବ୍ୟାପୁଛି। ଐତିହ୍ୟ ସଂସ୍କୃତିସମ୍ପନ୍ନ ପୁରୁଣା ଭୁବନେଶ୍ୱରରେ ଥିବା ଅନେକ ପୁରାତନ ପୋଖୋରୀ ରକ୍ଷାଣବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। ଯେଉଁଥିପାଇଁ ଅଞ୍ଚଳରେ ଜଳସ୍ତର ହ୍ରାସ ପାଉଛି। ରାସ୍ତା ଘାଟ ଅବସ୍ଥା ନକହିବା ଭଲ ନିମ୍ନ ମାନର ରାସ୍ତାକାମ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିର୍ବ‌ାଚିତ ହେଲା ପରେ ପୁରୁଣା ଭୁବନେଶ୍ବରକୁ ଜଳବନ୍ଦିରୁ ମୁକ୍ତି କରିବା ପ୍ରାଥମିକ କାର୍ଯ୍ୟ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe