ବିଏମ୍‌ସି ନିର୍ବାଚନ: ଜୀବନର ଶେଷ ମତଦାନ କହି କାନ୍ଦିଲେ ୮୮ ବର୍ଷୀୟା ବୃଦ୍ଧା

Advertisment
ବିଏମ୍‌ସି ନିର୍ବାଚନ: ଜୀବନର ଶେଷ ମତଦାନ କହି କାନ୍ଦିଲେ ୮୮ ବର୍ଷୀୟା ବୃଦ୍ଧା

ଖଣ୍ଡଗିରି : ବିଏମ୍‌ସି ନିର୍ବାଚନରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଭାବବିହ୍ବଳ କରିବା ଭଳି ଦୃଶ୍ୟ। ୪୯ ନମ୍ବର ୱାର୍ଡର ଆଇଗିଣିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଦେବାକୁ ପହଞ୍ଚିଥିଲେ ୮୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା। ପରିଣତ ବୟସରେ ହାତରେ ବାଡ଼ି ଧରି ଆସିଥିବା ଅନ୍ନପୂର୍ଣ୍ଣା ଏହା ତାଙ୍କ ଜୀବନର ଶେଷ ଭୋଟ୍‌ ବୋଲି କହି କାନ୍ଦି ପକାଇଥିଲେ। ଭାବ ବିହ୍ବଳ ହୋଇ କହିଥିଲେ, ସେ ତାଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିବାରୁ ବହୁତ ଖୁସି। ହେଲେ ଆଜି ଖୁସି ଯେତିକି ଦୁଃଖୀ ମଧ୍ୟ ସେତିକି। ଏହା ତାଙ୍କ ଜୀବନର ଶେଷ ମତଦାନ ହୋଇପାରେ ବୋଲି କହି ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ମୁଁ ମୋ ଦେଶକୁ ବହୁତ ଭଲ ପାଏ। ମରିବା ପରେ ଆଉଥରେ ଏହି ଦେଶରେ ଜନ୍ମ ହେବାର ସୌଭାଗ୍ୟ ମିଳୁ। ଏହାସହ ସେ ଯାହାକୁ ଉପଯୁକ୍ତ ଭାବି ଭୋଟ ଦେଇଛନ୍ତି ସେ ବିଜୟୀ ହୋଇ ଆସୁ ବୋଲି ଆଶୀର୍ବାଦ ମଧ୍ୟ ଦେଇଥିଲେ।

publive-image

ଟ୍ରଲିରେ ଆସିଲେ ଶତାୟୁ ଭୋଟର
ଗୁରୁବାର ଦିନ ମତଦାନ ସମୟରେ ଜଣେ ଶତାୟୁ ଭୋଟର ଚର୍ଚ୍ଚାରେ ରହିଥିଲେ। ସେ ହେଉଛନ୍ତି ପଟେଲ୍‌ ବସ୍ତିର ସାଧବାଣୀ ବେହେରା। ନିଜର ବୟସ ଶହେ ବୋଲି କହୁଥିଲେ ଏବଂ ଏକ ଟ୍ରଲି ଭଡ଼ା କରି ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟକୁ ଭୋଟ୍‌ ଦେବାକୁ ଆସିଥିଲେ। କେତେକ ପ୍ରାର୍ଥୀଙ୍କ ପକ୍ଷରୁ ଭୋଟରମାନଙ୍କୁ ଗାଡ଼ିରେ ଆଣିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସେ ଶହେ ଟଙ୍କା ଭଡ଼ା ଦେଇ ଭୋଟ ଦେବାକୁ ଆସିଥିଲେ। କୌଣସି ଦଳର ଚାପରେ ନୁ‌ହଁ, ବରଂ ସେ ଭୋଟ୍‌ ଦେବାକୁ ଭଲ ପାଆନ୍ତି ଓ ଆଜି ପର୍ଯ୍ୟନ୍ତ କୌଣସି ଭୋଟ ମିସ୍‌ କରିନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe