ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

ଖଣ୍ଡଗିରି : ଶୁକ୍ରବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ବଜାର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଁଳା ଫାଣ୍ଡି ଉତ୍ତରମୁଣ୍ଡମୁହାଁଣ ଗ୍ରାମେଶ୍ୱର ନଗରରେ ରହୁଥିବା ଜଗତସିଂହପୁର ଝଙ୍କଡ଼ ଶାରଳା ଅଞ୍ଚଳର ରଘୁନାଥ ବାରିକ(୭୧)।

ସୂଚନାନୁସାରେ ଗତକାଲି ରଘୁନାଥ ବଜାର ସାରି ଘରକୁ ଫେରୁଥିଲେ। ସେ ପୋଷ୍ଟ ଅଫିସ୍‌ ନିକଟରେ ଜାତୀୟ ରାଜପଥ ପାର ହେଉଥିବାବେଳେ ଭୁବନେଶ୍ୱରରୁ ଖୋର୍ଧା ଦିଗରେ ଯାଉଥିବା କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ରଘୁନାଥ ପଡ଼ିଥିବାବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଆମ୍ବଲାନ୍‌ସ ଯୋଗେ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରଘୁନାଥଙ୍କୁ ଘରକୁ ଫେରାଇ ଦିଆଯାଇଥିଲା। ମାତ୍ର ରାତି ପ୍ରାୟ ୧୧ଟା ସମୟରେ ସେ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ମାତ୍ର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe