ପ୍ରାତଃଭ୍ରମଣ ବେଳେ ଟଳି ପଡ଼ିଲେ ବୃଦ୍ଧ

Advertisment
ପ୍ରାତଃଭ୍ରମଣ ବେଳେ ଟଳି ପଡ଼ିଲେ ବୃଦ୍ଧ

ଭୁବନେଶ୍ୱର : ଗାଡ଼କଣ ଅଞ୍ଚଳରୁ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ବୃଦ୍ଧଙ୍କ ମୃତଦେହକୁ ଜବତ କରିଛି। ସେ ହେଲେ ମହିମାନଗର ବସ୍ତିର ନବକିଶୋର ବେହେରା(୬୭)। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ପୁଲିସ ସୂଚନା ମୁତାବକ, ଗୁରୁବାର ଭୋର ପ୍ରାୟ ସାଢ଼େ ୫ଟା ସମୟରେ ନବକିଶୋର ପ୍ରାତଃଭ୍ରମଣରେ ଯାଥିଲେ। ତେବେ ଚାଲୁଥିବା ବେଳେ ହଠାତ୍‌ ରାସ୍ତାରେ ଟଳି ପଡ଼ିଥିଲେ। ସେଠାରେ ଚାଲୁଥିବା ଅନ୍ୟ ଲୋକମାନେ ନବକିଶୋରଙ୍କୁ ତଳେ ପଡ଼ିଯିବା ଦେଖି ଧାଇଁ ଆସିଥିଲେ ଏବଂ ତୁରନ୍ତ ପୁଲିସକୁ ଫୋନ୍‌ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବକିଶୋରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଲସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe