ବୃଦ୍ଧଙ୍କ ଉପରେ ଟ୍ରେନ୍‌ ଚଢ଼ିଗଲା

Advertisment
ବୃଦ୍ଧଙ୍କ ଉପରେ ଟ୍ରେନ୍‌ ଚଢ଼ିଗଲା

ଜଟଣୀ : ଜଟଣୀ ଖୋର୍ଧାରୋଡ୍‌ ରେଳଷ୍ଟେସନ୍‌ ଦକ୍ଷିଣପଟ ହାଟବଜାର ଅଞ୍ଚଳ ନିକଟ ରେଳଧାରଣାରେ ଆଜି ଏକ ଟ୍ରେନ୍‌ ଚାପାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ, ବଳବନ୍ତ ସିଂ (୬୯)। ଘର ଷ୍ଟେସନ୍‌ ନିକଟ ଜଟଣୀ ଗାଁ ହାଟବଜାର ଅଞ୍ଚଳରେ। ଆଜି ସଂଧ୍ୟା ପ୍ରାୟ ୫ଟା ବେଳେ ସେ ରେଳଧାରଣା ପାର୍‌ ହେବା ବେଳେ ତାଙ୍କ ମୁଣ୍ଡ ବୁଲାଇବା ଯୋଗୁଁ ସେ ତଳେ ପଡ଼ି ଯାଇଥିଲେ। ଠିକ୍‌ ସେତିକିବେଳେ ସେହି ଧାରଣାରେ ପୁରୀ ଅନୁଗୁଳ ପାସେଞ୍ଜର ଟ୍ରେନ୍‌ ଆସୁଥିବା ଦେଖି ସ୍ଥାନୀୟ ଲୋକେ ପାଟି କରିବାରୁ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଇଞ୍ଜିନ୍‌ଟି ବଳବନ୍ତଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ବଳବନ୍ତଙ୍କ ପେଟ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ରେଳପଥ ମଣ୍ଡଳ ଚିକିତ୍ସାଳୟରେ ଭର୍ତି କରାଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe