୯୫ ବର୍ଷୀୟା ମାଆଙ୍କୁ ଘରୁ ତଡ଼ିଦେଲା ପୁଅ

Advertisment
୯୫ ବର୍ଷୀୟା ମାଆଙ୍କୁ ଘରୁ ତଡ଼ିଦେଲା ପୁଅ

ଭୁବନେଶ୍ୱର : ପୁଅଟିଏ ପାଇବା ପାଇଁ କେତେ ଦିଅଁ, ଦେବତା ପୂଜିଥିଲି। କେତେ ଓଷା, ବ୍ରତ କରିଥିଲି। ପେଟରୁ କାଟି ପୁଅକୁ ଛୋଟରୁ ବଡ଼ କଲି। ହାତକୁ ଦି’ହାତ କଲି । ଆଶା କରିଥିଲି ଶେଷ ବେଳକୁ ପୁଅ ସାହା ହେବ। କିନ୍ତୁ ପୁଅ ଖରାପ ରାସ୍ତାକୁ ଚାଲିଗଲା। ମଦ ତାକୁ ଖାଇଗଲା। ପ୍ରତିଦିନ ମଦ ପିଇ ନିଜ ସ୍ତ୍ରୀ, ଓ ମୋତେ ମାଡ଼ ମାରିବା ସହ ସର୍ବସ୍ୱ ବିକାବିକି କରି ମୋତେ ଘରୁ ବାହାର କରିଦେଲା। ଭୁବନେଶ୍ୱର ରେଳଷ୍ଟେସନ୍‌ରୁ ଅସହାୟ ଅବସ୍ଥାରେ ଉଦ୍ଧାର ସମୟରେ କୋହଭରା କଣ୍ଠରେ ଏମିତି କାନ୍ଦି କାନ୍ଦି ପ୍ରକାଶ କରିଥିଲେ ୯୫ ବର୍ଷୀୟା ବୃଦ୍ଧା ରମାମଣି ପଣ୍ଡା।

ରମାଙ୍କ କହିବାନୁଯାୟୀ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଗ୍ରାମରେ ତାଙ୍କ ଘର। ୪୦ ବର୍ଷ ତଳେ ରାସ୍ତା ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା। ପୁଅର ନିର୍ଯାତନା ସହି ନପାରି ଜୀବନ ବଞ୍ଚାଇବା ପାଇଁ ଭୁବନେଶ୍ୱରକୁ ଆଜକୁ ଦୁଇବର୍ଷ ହେଲା ଚାଲିଆସିଛି। ଭିକ ମାଗି ଭୋକ ମେଣ୍ଟାଉଥିଲି। ହେଲେ ସେତିକି ବି ଦଇବ ସହିଲା ନାହିଁ। ରାସ୍ତାରେ ଛିଡ଼ା ହୋଇଥିବାବେଳେ ଗୋଟିଏ ଗାଡ଼ି ପଛପଟୁ ବାଡ଼େଇ ଦେବାରୁ ମୁଁ ଆଜି ଅଚଳ ହୋଇଯାଇଛି। ଭଗବାନ ହିଁ ମୋର କେବଳ ସାହାଭରସା।

ରମାମଣି ଭୁବନେଶ୍ୱର ଷ୍ଟେସନ୍‌ରେ ପଡ଼ି କଲବଲ ହେଉଥିବା ଦେଖି ଷ୍ଟେସନ୍‌ ଡାଇରେକ୍ଟର୍‌ ସି.ଆର. ନାୟକ ମିସିଂ ଫାଉଣ୍ଡେସନ୍‌ ସହ ଯୋଗାଯୋଗ କରିଥିଲେ। ସୂଚନା ପାଇ ଫାଉଣ୍ଡେସନ୍‌ ପକ୍ଷରୁ ସାମାଜିକ କର୍ମୀ ସୁଶାନ୍ତ ସାହୁ, ସ୍ୱପ୍ନଜିତ୍‌ ନାୟକ, ଗୋପୀମୋହନ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ଦେବଦତ୍ତ ପଣ୍ଡା, ଷ୍ଟେସନ୍‌ରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ସହାୟତାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା ଲାଗି ଭର୍ତ୍ତି କରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe