ଓଲିଉଡ୍‌ ରାଉଣ୍ଡ ଟେବୁଲ୍‌ ଇନ୍‌ଭେଷ୍ଟର୍ସ ମିଟ୍‌: ଭଲ ସିନେମା କଲେ ନିଶ୍ଚୟ ଚାଲିବ

Advertisment

୨୦୨୩ ମସିହାରେ ୮୩ଟି ଓଡ଼ିଆ ଫିଲ୍ମ ରିଲିଜ୍‌ ହୋଇଛି। କିନ୍ତୁ ଦୁଃଖର କଥା, କେବଳ ୨ଟିକୁ ଛାଡ଼ିଦେଲେ ବାକି ୮୧ଟି ଫିଲ୍ମ ବ୍ୟବସାୟିକ ସଫଳତା ପାଇପାରିନାହିଁ। କଳାକାରଠାରୁ ଆରମ୍ଭ କରି ଟେକ୍ନିସିଆନ୍‌ ଓ ଅନ୍ୟ ସହଯୋଗୀମାନେ...

୨୦୨୩ ମସିହାରେ ୮୩ଟି ଓଡ଼ିଆ ଫିଲ୍ମ ରିଲିଜ୍‌ ହୋଇଛି। କିନ୍ତୁ ଦୁଃଖର କଥା, କେବଳ ୨ଟିକୁ ଛାଡ଼ିଦେଲେ ବାକି ୮୧ଟି ଫିଲ୍ମ ବ୍ୟବସାୟିକ ସଫଳତା ପାଇପାରିନାହିଁ। କଳାକାରଠାରୁ ଆରମ୍ଭ କରି ଟେକ୍ନିସିଆନ୍‌ ଓ ଅନ୍ୟ ସହଯୋଗୀମାନେ...

gjjggljjllj

ଭୁବନେଶ୍ବର: ୨୦୨୩ ମସିହାରେ ୮୩ଟି ଓଡ଼ିଆ ଫିଲ୍ମ ରିଲିଜ୍‌ ହୋଇଛି। କିନ୍ତୁ ଦୁଃଖର କଥା, କେବଳ ୨ଟିକୁ ଛାଡ଼ିଦେଲେ ବାକି ୮୧ଟି ଫିଲ୍ମ ବ୍ୟବସାୟିକ ସଫଳତା ପାଇପାରିନାହିଁ। କଳାକାରଠାରୁ ଆରମ୍ଭ କରି ଟେକ୍ନିସିଆନ୍‌ ଓ ଅନ୍ୟ ସହଯୋଗୀମାନେ ସେମାନଙ୍କ ପାରିଶ୍ରମିକ ପାଉଛନ୍ତି, ହେଲେ ଟଙ୍କା ଲଗାଉଥିବା ପ୍ରଯୋଜକ ସର୍ବସ୍ବାନ୍ତ ହେଉଛନ୍ତି। ଓଲିଉଡ୍‌କୁ ଆଗକୁ ନେବାକୁ ହେଲେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଏଥିସହ ଭଲ କାହାଣୀକୁ ନେଇ ଫିଲ୍ମ ନିର୍ମାଣ, ଫିଲ୍ମ ହଲ୍‌କୁ ଯିବା ପୂର୍ବରୁ ଓ ପରେ ବ୍ୟାପକ ପ୍ରଚାର ପ୍ରସାର ଏବଂ ଡିଷ୍ଟ୍ରିବୁସନକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ‘ଓଲିଉଡ୍‌ ରାଉଣ୍ଡ ଟେବୁଲ୍‌ ଇନ୍‌ଭେଷ୍ଟର୍ସ ମିଟ୍‌’ରେ ଯୋଗଦେଇ ପ୍ରଯୋଜକମାନେ ଏହି ମତ ରଖିଛନ୍ତି।

ପ୍ରଣୟ ଜେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଆଓ ନେକ୍ସକ୍ଟର ଚେୟାରମ୍ୟାନ୍‌ କୌସିକ୍‌ ଦାସ ଯୋଗଦେଇ କହିଲେ, ଓଲିଉଡ୍‌କୁ ଏକ ଶିଳ୍ପ ଭାବେ ଗଣନା କରାଯାଉଛି। କିନ୍ତୁ ଶିଳ୍ପ ଭଳି ପରିଚାଳନା କରାଯାଉନାହିଁ। ଓଲିଉଡ୍‌କୁ ଏକ କମ୍ପାନି ଭଳି କାମ କରିବାକୁ ପଡ଼ିବ। ଫିଲ୍ମ ତିଆରି କରିବାର ପ୍ରକ୍ରିୟା ଓ ଡିଷ୍ଟ୍ରିବ୍ୟୁସନର ପ୍ରୋଟୋକଲ୍‌କୁ ମାନିବାକୁ ପଡ଼ିବ। ସ୍ବତନ୍ତ୍ର କାର୍ଯ୍ୟାଳୟ ସହ ଆବଶ୍ୟକ ମାନବସମ୍ବଳ ଉପଯୋଗ କରିବାକୁ ପଡ଼ିବ। ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ପ୍ରତ୍ୟେକ ଫିଲ୍ମର ପ୍ରଚାର ପ୍ରସାର ସାଙ୍ଗକୁ ଓଲିଉଡ୍‌କୁ ବଦନାମ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେବାକୁ ପଡ଼ିବ ବୋଲି ସେ କହିଥିଲେ।  ପ୍ରଯୋଜକ ଅବତାର ସିଂହ କହିଲେ, ପୁରୁଣା ଦିନମାନଙ୍କରେ ଲୋକେ ଶଗଡ଼ରେ ଆସି ସିନେମା ଦେଖୁଥିଲେ। ଏବେ କିନ୍ତୁ ଘର ପାଖରେ ମଲଟିପ୍ଲେକ୍ସ ଥିଲେ ବି ଲୋକେ ଯାଉନାହାନ୍ତି। ପ୍ରଥମେ ଭଲ ସିନେମା ତିଆରି କରିବାକୁ ପ୍ରଯୋଜକମାନେ ପଣ କରନ୍ତୁ। ଭଲ ସିନେମା କଲେ ଚାଲିବ। ସରକାର ସମସ୍ତ ଓଡ଼ିଆ ସିନେମା ଉପରୁ ଟ୍ୟାକ୍ସ ଛାଡ଼ କରନ୍ତୁ ବୋଲି ସେ ଦାବି କରିଥିଲେ।

ପ୍ରଯୋଜକ ତଥା ଡିଷ୍ଟ୍ରିବ୍ୟୁଟର ପ୍ରଶାନ୍ତ ବେହେରା କହିଲେ, ୯୦ ପ୍ରତିଶତ ପ୍ରଯୋଜକ ନିଜ ପାଇଁ ସିନେମା କରୁଛନ୍ତି। ସେମାନେ ଯଦି ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସିନେମା କରିବେ, ଲୋକେ ଦେଖିବେ। ଏମିତିକି କୌଣସି ହଲ୍‌ ସିନେମା କାଢ଼ିବାକୁ ଚେଷ୍ଟା କରିବେ ନାହିଁ। ପ୍ରଯୋଜକ ସଚ୍ଚିକାନ୍ତ ଜେନା କହିଲେ, ସିନେମା କରିବା ପୂର୍ବରୁ ଠିକ୍‌ ଭାବେ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଉନାହିଁ। ୫୦ ଲକ୍ଷ ବଜେଟ୍‌ର ଫିଲ୍ମରେ ପ୍ରଚାର ପ୍ରସାର ପାଇଁ ୫ ପ୍ରତିଶତ ବି ବଜେଟ୍‌ ରହୁନାହିଁ। ଲୋକେ ନଜାଣିଲେ କେମିତି ହଲ୍‌କୁ ଦେଖିବା ପାଇଁ ଆସିବେ! ତେଣୁ ସିନେମା ବଜେଟ୍‌ର ୨୦ ପ୍ରତିଶତ ପ୍ରଚାର ପ୍ରସାର ପାଇଁ ରଖିବା ଉଚିତ। ପ୍ରଯୋଜକମାନେ ଅନ୍ୟ ପ୍ରଯୋଜକର ସିନେମା ରିଲିଜ୍‌ ବେଳେ ସହଯୋଗ କରିବା ଓ ପ୍ରଚାର ପ୍ରସାରରେ ସହଯୋଗ କରିବା ପାଇଁ ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଅଗ୍ରୱାଲ୍‌, ସତ୍ୟ ନାରାୟଣ ସାହୁ, ସଂଜୟ ପଟେଲ୍‌, ରମେଶ ବାରିକ, ବିନି ପଟ୍ଟନାୟକ, ବିରଞ୍ଚି ନାରାୟଣ ପଣ୍ଡା, ଅର୍ପିତା ମିଶ୍ରଙ୍କ ଭଳି ଅନେକ ପ୍ରଯୋଜକ ନିଜର ମତ ଉପସ୍ଥାପନ କରିଥିଲେ। ମୁଖ୍ୟତଃ ଓଡ଼ିଆ ସିନେମାକୁ ପ୍ରାଇମ୍‌ ଟାଇମ୍‌ ସୋ’ ଦେବା, ରିଲିଜ୍‌ ହେବା ପରେ ଅନ୍ତତଃ ୭ଦିନ ହଲ୍‌ରେ ପକାଇବା, ସିନେମା ଜଗତକୁ ବଦନାମ କରୁଥିବା ବ୍ୟକ୍ତି ଓ ଗଣମାଧ୍ୟମ ସଂସ୍ଥାକୁ ଚିଠି ଯୋଗେ ନକରାତ୍ମକ ଖବର ପ୍ରକାଶ ନକରିବାକୁ ନିବେଦନ କରିବା, ଅଧିକ ହଲ୍‌  ଖୋଲିବା ଓ ଓଡ଼ିଆ ଫିଲ୍ମକୁ କରମୁକ୍ତ କରିବାକୁ ସରକାରଙ୍କୁ ନିବେଦନ କରିବା ଭଳି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe