ଅଲିମ୍ପିକ୍‌ ମୂଲ୍ୟବୋଧ ସମ୍ପର୍କିତ ପ୍ରଶିକ୍ଷଣ ଉଦ୍‌ଘାଟିତ

Advertisment
ଅଲିମ୍ପିକ୍‌ ମୂଲ୍ୟବୋଧ ସମ୍ପର୍କିତ ପ୍ରଶିକ୍ଷଣ ଉଦ୍‌ଘାଟିତ

ଭୁବନେଶ୍ୱର: ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟ(ଏବିଏଫ୍‌ଟି), ଅଲିମ୍ପିକ୍‌ ଫାଉଣ୍ଡେସନ ଫର୍‌ କଲଚର ଆଣ୍ଡ୍‌ ହେରିଟେଜ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହଯୋଗରେ ଅଲିମ୍ପିକ୍‌ ମୂଲ୍ୟବୋଧ ସମ୍ପର୍କିତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଗୋପବନ୍ଧୁ ଏକାଡେମିରେ ଉଦ୍‌ଘାଟିତ ହୋଇଛି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଏହାକୁ ଉଦ୍‌ଘାଟନ କରି ଅଲିମ୍ପିକ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବିଏଫ୍‌ଟିର ଫାଉଣ୍ଡର ଅଭିନବ ବିନ୍ଦ୍ରା, ଆଇଓସିର ସାଧନ କର୍ମୀ ମିସ୍‌ ଏଫ୍‌ ଜାମୋଲି ଏବଂ ମିସ୍‌ ଜେନିଆ କୁର୍ଗୋ ଯୋଭା, ଓସେପାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ, ଉପନିର୍ଦ୍ଦେଶକ ମହେଶ୍ୱର ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜୁନ ୨୯ ଯାଏ ଚାଲିବ। ଏଥିରେ ତତ୍ତ୍ୱଗତ ଓ ଆଲୋଚନାମୂଳକ ଅଧିବେଶନ ସାମିଲ ହୋଇଛି। ଚଳିତ ଶିକ୍ଷାବର୍ଷରେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ବିଦ୍ୟାଳୟରେ କାର୍ଯ୍ୟକାରୀ ହେବ। ଏଥିରେ ପାଖାପାଖି ୩୨ ହଜାର ଛାତ୍ରଛାତ୍ରୀ ଅଲିମ୍ପିକ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷାଲାଭ କରି ଉପକୃତ ହେବେ। ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାର ସମସ୍ତ ବିଦ୍ୟାଳୟରେ ପର୍ଯ୍ୟାୟ କ୍ରମେ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe