ଓଡ଼ିଆ ଗୀତ ଗାଇ ଚର୍ଚ୍ଚାରେ ଛତିଶଗଡ଼ର ଓମ୍

ଓଡ଼ିଆ ଗୀତ ଗାଇ ଚର୍ଚ୍ଚାରେ ଛତିଶଗଡ଼ର ଓମ୍

ଭୁବନେଶ୍ୱର: ଛତିଶଗଡ଼ ବସ୍ତର ଅଞ୍ଚଳର ୧୧ ବର୍ଷର ଓମ୍ ଓଡ଼ିଆ ଗୀତ ଗାଇ ଏବେ ଚର୍ଚ୍ଚାରେ। ସେ ଗାଇଥିବା ବାଟବଣା ବାଟୋଇ ଆଲବମ୍‌ର ‘ମାଡ଼ିଗଲା ଢେଉ, ଲିଭିଗଲା ଚିହ୍ନ’ ଗୀତଟି ୨ ଦିନ ମଧ୍ୟରେ ୩,୮୬୪ ଜଣ ତାଙ୍କ ୟୁଟୁବୁ ଚାନେଲ୍ ରାଘଭି ମିଡିଆରେ ଦେଖି ସାରିଲେଣି। ତେବେ ଓମ୍ ଓଡ଼ିଆ ନ ହୋଇ କେବେ ଓଡ଼ିଶା ନ ଆସି ଏପରି ସୁନ୍ଦର ଭାବରେ ଗୀତଟିକୁ ଗାଇଥିବାରୁ ଓଡ଼ିଆଙ୍କ ପାଖରେ ସେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ଓମ୍ ଆଗରୁ ଅନେକ ହିନ୍ଦୀ ଓ ଛତିଶଗଡ଼ୀ ଗୀତ ଗାଇ ନିଜ ୟୁ-ଟୁବ୍‌ ଚାନେଲ୍‌ରେ ଛାଡିଛନ୍ତି।

ହେଲେ ସେ ପ୍ରଥମଥର ପାଇଁ ଓଡ଼ିଆ ଗୀତ ଗାଇଛନ୍ତି। ଅନଲାଇନ୍‌ରେ ଓଡ଼ିଆ ଗୀତର ଇଂରାଜୀ ସ୍କ୍ରିପ୍ଟ ପାଇ ଓମ୍ ଏହି ଗୀତ ଗାଇଛନ୍ତି। ଗୀତଟି ଛତିଶଗଡ଼ରେ ରେକର୍ଡ ହୋଇଛି। ମ୍ୟୁଜିକ୍ ଦେଇଛନ୍ତି ଲଳିତ କୁମାର, ଗୀତ ରଚନା କରିଛନ୍ତି ଦେଭ୍ ମାଲହୋତ୍ରା। ଏଡିଟିଂ କରିଛନ୍ତି ଜଗଦୀଶ ସିଂ ଓ ଶୀତଳ ମଲହୋତ୍ରା। ଏହିପରି ଆଗକୁ ଓମ୍ ବଙ୍ଗଳା, ଓଡ଼ିଆ, ତେଲୁଗୁ ଆଦି ଭାଷାରେ ଗୀତ ଗାଇ ଭାରତରେ ଲୋକପ୍ରିୟ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe