ଓଏମ୍‌ସିର ନିରାପତ୍ତା କନ୍‌କ୍ଲେଭ୍‌-୨୦୨୨

ଓଏମ୍‌ସିର ନିରାପତ୍ତା କନ୍‌କ୍ଲେଭ୍‌-୨୦୨୨

ଭୁବନେଶ୍ବର: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପକ୍ଷରୁ ନିରାପତ୍ତା କନ୍‌କ୍ଲେଭ୍-୨୦୨୨ ଆୟୋଜନ କରାଯାଇଛି ଯେଉଁଥିରେ କଂପାନିର ସୁରକ୍ଷା ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କଂପାନିର ଅଧ୍ୟକ୍ଷ ଡି କେ ସିଂହ ଓ ଏମ୍‌ଡି ବଲ୍‌ୱନ୍ତ ସିଂହ ଉପସ୍ଥିତ ଥିଲେ। ଓଏମ୍‌ସିର ଅଧ୍ୟକ୍ଷ ଶ୍ରୀ ସିଂହ କହିଛନ୍ତି ଯେ ଓଏମ୍‌ସିକୁ ଆନ୍ତର୍ଜାତିକ ମାନରେ ପହଞ୍ଚାଇବା ଲାଗି ସୁରକ୍ଷା ପରିଚାଳନାରେ ନିରନ୍ତର ଉଦ୍ୟମ କରିବାର ଆବଶ୍ୟକତା ରହିଛି।

ଏମ୍‌ଡି ଶ୍ରୀ ସିଂହ କହିଛନ୍ତି ଯେ ଶୂନ ଆଘାତ ଲକ୍ଷ୍ୟ ହାସଲ କରିବା ଲାଗି କଂପାନି ସୁରକ୍ଷା ପରିଚାଳନା ବ୍ୟବସ୍ଥା, ଫ୍ଲିଟ୍ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌ ଆଦି ପ୍ରଯୁକ୍ତି ଜ୍ଞାନ କୌଶଳ ବ୍ୟବହାର କରୁଛି। ଏହି ଅବସରରେ ଓଏମ୍‌ସିର ନିର୍ଦେଶକ (ଅର୍ଥ) ସତ୍ୟଜିତ ମହାନ୍ତି, ନିର୍ଦେଶକ (ବୈଷୟିକ ପରିଚାଳନା) ସବ୍ୟସାଚୀ ମହାନ୍ତି, ନିର୍ଦେଶକ (ପର୍ସନେଲ) ଆଲୋକ କୁମାର ପାଲ ଓ ନିର୍ଦେଶକ (ଟେକ୍ନିକାଲ) ଡକ୍ଟର କ୍ଷୀରୋଦ ଚନ୍ଦ୍ର ବ୍ରହ୍ମ ଉପସ୍ଥିତ ଥିଲେ। କନ୍‌କ୍ଲେଭ୍‌ରେ ବିଭିନ୍ନ ବର୍ଗରେ କର୍ମଚାରୀ ଓ ସହଯୋଗୀ ଏଜେନ୍ସିଗୁଡ଼ିକୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe